ହେଡଲାଇନସ୍:

ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କପାସିରା ଠାରେ ବ୍ରିଜ ନିର୍ମାଣ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନା ଉଲ୍ ଗାଁ ର ଟଙ୍କଧର ତାୟଂ ବୋଲି ଜଣା ପଡ଼ିଛି l ଶ୍ରମିକ ଜଣକ କପାସିରା ବ୍ରିଜ ନିର୍ମାଣ ରେ କାମ କରୁଥିବା ବେଳେ ବିଦ୍ୟୁତ ତାର ରେ ଲାଗି ଯାଇଥିଲେ l ନିର୍ମାଣ କାମରେ କାର୍ଯ୍ୟ କରୁଥିବା ଅନ୍ୟ ଦୁଇ ଜଣ ଶ୍ରମିକ ଏକ ଗାଡ଼ି କରି ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ମୃତ ଘୋଷାଣ କରିଥିଲେ l ଏନେଇ ଡୁଙ୍ଗୁରିପାଲି ପୋଲିସ ହସ୍ପିଟାଲ ରେ ପହଁଚି ଶବ ଜବତ କରି ତଦନ୍ତ କରୁଛି l

0
0
0
s2sdefault