ସଇଁତଲା: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ପଂଚାୟତ ର ପାଞ୍ଚ ଗୋଟି ଗ୍ରାମ ସୂଚନାମୁତାବକ ବୁଢାବାହାଲ ଦୀର୍ଘ ପଚାଶ ବର୍ଷ ତଳେ ପଂଚାୟତ ର ମାନ୍ୟତା ପାଇଥିବା ବେଳେ ଏଠାରେ ତେର ଖଣ୍ଡ ନିଜସ୍ୱ ଗ୍ରାମକୁ ନେଇ ଗଠିତ ଏହି ପଂଚାୟତ ରେ ପ୍ରାୟ ୧୨000 (ବାର ହଜାର) ରୁ ଉର୍ଦ୍ଧ ଜନସଂଖ୍ୟା ଥିବା ବେଳେ ପ୍ରାୟ ୬ (ଛହଜାର) ଭୋଟର ଅଛନ୍ତି l ପଂଚାୟତ ର ଶେଷ ଗ୍ରାମ କୁଟୁରାମୁଣ୍ଡା ପ୍ରାୟ ୬ (ଛ କିଲୋମିଟର )ଦୂରରେ ଅବସ୍ଥିତ ସେଭଳି ଖରିବାହାଲ ଚାରି କିଲୋମିଟର ଡୁଙ୍ଗୁରିପାଲି ୩ (ତିନି କିଲୋମିଟର) ବନ୍ଧପଡା ୩ (ତିନି କିଲୋମିଟର) ରେ ଥିବାବେଳେ ଏହି ଚାରୋଟି ଗ୍ରାମର ଜନସଂଖ୍ୟା ପ୍ରାୟ 2500 (ପଚିଶଶହ )ହେବ ଏ ଗ୍ରାମ ମାନଙ୍କୁ ନେଇ ମୁଖ୍ୟ ସମସ୍ୟା ହେଉଛି ମଝିରେ ଗୋଟିଏ ବୁଢାଜୋର (ନାଳ )ଅବସ୍ଥିତ l ଲଗାଣ ବର୍ଷାରେ ଏହି ଗ୍ରାମ ଗୁଡିକ ପଂଚାୟତଠାରୁ ବିଚ୍ଛିନ୍ନ ହୋଇଯାଇଥାଏ l ଯାହା ଫଳରେ ଖାଉଟି ସାମଗ୍ରୀ ବା ବୁଢ଼ାବୁଢ଼ୀ ମାନଙ୍କ ଭତ୍ତା ପାଇବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ଦେଖିବାକୁ ମିଳିଥାଏ l ତେଣୁ ଏହି ୪ (ଚାରି ଗୋଟି) ଗ୍ରାମବାସୀ ନୂତନ ପଂଚାୟତ କରିବା ପାଇଁ ଏକପ୍ରସ୍ତୁତି ବୈଠକ କରିଥିଲେ l ଏହି ବୈଠକ ରେ ଜିଲ୍ଲାପାଳ, ପଂଚାୟତରାଜ ମନ୍ତ୍ରୀ, ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେବାପାଇଁ ସର୍ବସମତି କ୍ରମେ ସିଦ୍ଧାନ୍ତ କରିଥିଲେ l ସରକାର ଯଦି ଏ ଦିଗରେ ଦୃଷ୍ଟି ନ ଦେଲେ ଆଗାମୀ ଦିନର ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ପହଂଚିବୁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ l
ରାଜ୍ୟ
ନୂତନ ପଂଚାୟତ ପାଇଁ ଏକତ୍ରିତ ହେଲେ ୫ଖଣ୍ଡ ଗ୍ରାମବାସୀ
- Hits: 50