ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ରାଜ୍ୟର ପ୍ରଥମ ସରକାରୀ ୱାଟର୍ ପାର୍କ ଭାବରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ସ୍ଥାନିତ ହୋଇଅଛି। ଆଜି ଅର୍ଥାତ୍ ମେ ମାସର ୪ ତାରିଖ ରବିବାର ୨୦୨୫ ଦିନ ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏଠାରେ ନୂତନ ଭାବେ ହେଇଥିବା ଫୁଡ୍ କୋର୍ଟ କୁ ଶୁଭ ଉଦ୍ଘାଟନ କରିଥିଲେ। ଏବଂ ଦୀର୍ଘ ଦିନ ହେବ ବନ୍ଦ୍ ହୋଇ ରହିଥିବା ସରକାରୀ ୱାଟର୍ ପାର୍କର ସମ୍ପ୍ରସାରଣ କାର୍ଯ୍ୟ ସମାପନ ହେବାପରେ ଆଜି ପୁନଃ ସର୍ବ ସାଧାରଣଙ୍କ ପାଇଁ ଖୋଲାଯାଇଛି।
ସୁଚନା ଯୋଗ୍ୟ ଯେ, ୨୦୨୪ ଜାନୁଆରୀ ୨୬ ତାରିଖ ରେ ରାଜ୍ୟର ପ୍ରଥମ ସରକାରୀ ୱାଟର୍ ପାର୍କ ଭଞ୍ଜନଗର ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ଉଦଘାଟିତ ହୋଇଥିଲା। କିନ୍ତୁ ପରିଚାଳନା ଗତ ତୃଟି ଯୋଗୁଁ କିଛି ମାସ ଚାଲିବା ପରେ ଗତ ଜୁନ୍ ରେ ପାର୍କ ବନ୍ଦ୍ ହୋଇପଡ଼ିଥିଲା। ଭଞ୍ଜନଗର ବିଧାୟକ ଶ୍ରୀ ନାୟକ ଏହା ଜାଣିବା ପରେ ୱାଟର୍ ପାର୍କ କୁ ପୁଣି କାର୍ଯ୍ୟକ୍ଷମ ପାଇଁ ଯଥାସାଧ୍ୟ ପଦକ୍ଷେପ ନେଇଥିଲେ ତାହା ଆଜି ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ସାଧାରଣ ଜନତା ଙ୍କ ପାଇଁ ଦ୍ଵାର ଉନ୍ମୁକ୍ତ ହୋଇଛି। ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନ ର ଆକର୍ଷଣୀୟ ପରିବେଶ ଓ ଏଥିରେ ଅବସ୍ଥିତ ଜଳକ୍ରୀଡା ନିମିତ୍ତ ସାଧନ ର ମଜା ଉଠାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିଛି। ଏବଂ ଏହାର ଆନନ୍ଦ ନେବାପାଇଁ ଅନେକ ଦୁର ଦୁରାନ୍ତରରୁ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ଦେଖାଯାଏ। ପର୍ଯ୍ୟଟକ ଙ୍କୁ ଦୃଷ୍ଟିରେ ରଖି ସେମାନଙ୍କ ଖାଇବା ପିଇବା ର ବିଭିନ୍ନ ବ୍ୟଞ୍ଜନ ର ସୁବିଧା ପାଇଁ ଏଠାରେ ଏକ ଫୁଡ୍ କୋର୍ଟ ଆଜି ଖୋଲାଯାଇଛି। ଏଥିରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଙ୍କ ସହିତ ସମ୍ମାନିତ ଅତିଥି ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନରିସଭା ନାୟକ, ନଗର ଏମ୍ ପି ପ୍ରତିନିଧି ସନ୍ତୋଷ ତିଆଡି, ସୁବାସ ଚନ୍ଦ୍ର ବରାଡ, ରବିନ୍ଦ୍ର କୁମାର ଗୈାଡ, କୁବେର ପ୍ରଧାନ, ଶିବ ପ୍ରସାଦ ମହାପାତ୍ର, ମାନସ ଜେନା, ବ୍ରହ୍ମାନନ୍ଦ ଦାସ, ସଞ୍ଜୟ, ସୁଶାନ୍ତ ଙ୍କ ସହିତ ବିଭିନ୍ନ ମଣ୍ଡଳ ସଭାପତି ଠୁ ସମସ୍ତ ବୁଥ୍ ସଭାପତି, ସରପଞ୍ଚ ଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ। ତତ୍ ସହିତ ଏଥିରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ର ବରିଷ୍ଠ କନିଷ୍ଠ ଯନ୍ତ୍ରୀ ଅଧିକାରୀଙ୍କ ଠୁ ଆରମ୍ବ କରି ସମସ୍ତ କାର୍ଯ୍ୟକର୍ତ୍ତା ଏଠାରେ ସହଯୋଗ କରିଥିଲେ।
ରାଜ୍ୟ
ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନ ଭଞ୍ଜନଗର ରେ ଫୁଡ୍ କୋର୍ଟ ର ଶୁଭ ଉଦ୍ଘାଟନ
- Hits: 209