ଓଡ଼ଗାଁ,୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡ଼ଗାଁ (ଏନ୍ଏସି)ର ୪ ଗୋଟି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ମାତ୍ର ଛାତ୍ର ବିସ୍ମୟ ପଣ୍ଡା ଶତକଡ଼ା ୯୦ ପରସେଣ୍ଟ ଅର୍ଥାତ୍ ୫୫୧ ନମ୍ବର ରଖି ଏ ଓ୍ବାନ ଶ୍ରେଣୀରେ ଉତିନ୍ନ ହୋଇଛନ୍ତି । ପିଏମଶ୍ରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଳି ୨ ଘରୋଇ ବିଦ୍ୟାଳୟର ମଧ୍ୟ କୈାଣସି ଛାତ୍ରଛାତ୍ରୀ ଏ ଓ୍ବାନ ଶ୍ରେଣୀକୁ ଛୁଇଁ ପାରିନଥିବା ଜଣାପଡ଼ିଛି । ୨୦୨୫ ପରୀକ୍ଷା ଫଳକୁ ନେଇ ଓଡ଼ଗାଁ ସହରର ବୁଦ୍ଧିଜିବୀ ଏବଂ ଶିକ୍ଷା ପ୍ରେମି ମଧ୍ୟରେ ଚର୍ଚ୍ଚା ଯୋର ଧରିଛି । ପ୍ରକାଶ ଥାଉକି ୨୦୨୪ ପରୀକ୍ଷାଫଳ ପ୍ରକାଶ ପାଇବା ସମୟରେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଏବଂ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ୨ ଜଣ ଲେଖାଏଁ ଛାତ୍ରଛାତ୍ରୀ ଶତକଡ଼ା ୯୦ରୁ ଅଧିକ ମାର୍କ ରଖି ଏଓ୍ବାନ ଶ୍ରେଣୀରେ ଉତିନ୍ନ ହୋଇଥିବା ବେଳେ ଚଳିତ ବର୍ଷ ୪ରୁ ତାହା ୧କୁ ଖସି ଆସିଛି । ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଫଳକୁ ନେଇ ଅଭିଭାବକ ମାନେ ଚିନ୍ତାପ୍ରକଟ କରିଛନ୍ତି । ସାମ୍ପ୍ରତିକ ସମୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୁଳକ ଅଧ୍ୟୟନ ଜାରି ରହିଥିବା ବେଳେ ଚଳିତବର୍ଷର ପରୀକ୍ଷାଫଳ ଆଶାନୁରୂପକ ହୋଇନାହିଁ । ପ୍ରତ୍ୟେକ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ସକାଳେ ଏବଂ ସନ୍ଧ୍ୟାରେ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନକୁ ଟିଉସନ କରିବା ପାଇଁ ଯାଇଥାନ୍ତି । ତେବେ ଛାତ୍ରଛାତ୍ରୀ ମାନଙ୍କ ଅକ୍ଳାନ୍ତ ପରିଶ୍ରମର ଫଳ ସେମାନଙ୍କ ଅବହେଳା ଯୋଗୁ କିମ୍ବା ଉଚିତ୍ ମାର୍ଗ ଦର୍ଶନର ଅଭାବ କାରଣରୁ ଏପରି ହୋଇଛି ତାହା ସମୀକ୍ଷା କରିବାର ବେଳେ ଆସିଛି । ତେବେ ଓଡ଼ଗାଁ ସହରରେ ପରୀକ୍ଷା ଫଳ ନୈରାଶ୍ୟଜନକ ହେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ଗ୍ରାମାଞ୍ଚଳ ବିଦ୍ୟାଳୟ ମାନଙ୍କର ଛାତ୍ରଛାତ୍ରୀ ମାନେ ସହରାଞ୍ଚଳ ଛାତ୍ରଛାତ୍ରୀଙ୍କ ଠାରୁ ଅଧିକ ଭଲ ରେଜାଲ୍ଟ କରିଛନ୍ତି । ସରକାରୀ ପଞ୍ଚାୟତ ହାଇସ୍କୁଲ ସୁନା ମୁହିଁର ଶୁଭମ୍ ମହାପାତ୍ର ଏଓ୍ବାନ ଅର୍ଥାତ ୫୫୨ ମାର୍କ ରଖି ଉତିନ୍ନ ହୋଇଥିବା ବେଳେ ସୁନା ମୁହିଁ ସରପଞ୍ଚ ମାନସ ସାହୁଙ୍କ ସହିତ ଅଞ୍ଚଳର ବୁଦ୍ଧିଜିବୀ ମାନେ ଶୁଭେଚ୍ଛା ଜଣାଇଛନ୍ତି । ରାଜେଶ ବେହେରା ୫୪୧ ମାର୍କ ରଖିବା ସହିତ କୁରାଳ, ଦଣ୍ଡୋର, ପାଣ୍ଡେରିପଡା ଅଞ୍ଚଳର ଛାତ୍ରଛାତ୍ରୀ ମାନେ ସେହିପରି ଆଶାନୁରୂପକ ଫଳାଫଳ କରିଥିବା ନେଇ ପ୍ରଶଂସାର ସୁଅ ଛୁଟିଛି ।
ରାଜ୍ୟ
ଓଡ଼ଗାଁ ଏନ୍ଏସିରେ ମାଟ୍ରିକ ପରୀକ୍ଷା ଫଳ ନୈରାଶ୍ୟଜନକ, ବୁଦ୍ଧିଜିବୀ ମହଲରେ ଅସନ୍ତୋଷ
- Hits: 11