କେନ୍ଦ୍ରାପଡ଼ା:୦୫/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ରଘୁରାମ ଆର ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର କୁଦାନଗରୀ, କେନ୍ଦ୍ରାପଡ଼ା ସଦର, ନିକିରେଇ, ଜମ୍ବୁ ମେରେଇନ ଓ ମହାକାଳପଡ଼ା ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ହନ୍ତପଡା ଗ୍ରାମର ସନାତନ ଦାସ (ବୟସ-୫୪)ଙ୍କ ଠାରୁ ୩୦ ଲିଟର ଦେଶୀ ମଦ, ଗଣେଷପୁର ଗ୍ରାମର ଅକ୍ଷୟ ମଳିକ (ବୟସ-୪୮)ଙ୍କ ଠାରୁ ୨୨ ଲିଟର ଦେଶୀ ମଦ, ବାରୁଅ ଗ୍ରାମର ସଞ୍ଜୟ ପରିଡା (ବୟସ-୩୫)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ପ୍ରଭାକରପୁର ଗ୍ରାମର ରଜତ ରାଉତ (ବୟସ-୪୯)ଙ୍କ ଠାରୁ ୨୫୧ ଲିଟର ଗୁଡପୋଚ, ତାରା ଖିଲର (ବୟସ-୪୨) ଙ୍କ ଠାରୁ ୩୫୫ ଲିଟର ଗୁଡପୋଚ ଏବଂ ସୁକୃ ରାଉତ (ବୟସ-୫୧)ଙ୍କ ଠାରୁ ୨୬ ଲିଟର ଦେଶୀ ରନ୍ଧା ମଦ, ମଲଢିଅ ଗ୍ରାମର ଗଗନ ରାଉତ (ବୟସ-୫୦) ଙ୍କ ଠାରୁ ୫୦ ଲିଟର ବିଦେଶୀ ମଦ ଓ ମାନସ ମଣ୍ଡଳ (ବୟସ-୪୫)ଙ୍କ ଠାରୁ ୩୩ ଲିଟର ବିଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ସମୁଦାୟ ୭୮୬ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା ମଦ ଓ ଗୁଡପୋଚ ମଦ ଜବତ କରାଯାଇ ୦୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଋତୁପ୍ରଭା ସ୍ବାଇଁ, ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଅବୈଧ ମଦ ବ୍ୟବସାୟ ବିରୋଧରେ ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି |
ରାଜ୍ୟ
୭୮୬ ଲିଟର ଚୋରା ମଦ ଜବତ ୦୮ କୋର୍ଟ ଚାଲାଣ ।
- Hits: 183







