ପାଣି ମୋଟର, ପାଓ୍ବାର ଟିଲର ଓ ପାଇପ ବଣ୍ଡଲ ପୋଡ଼ି ଧ୍ୱସ୍ତ
ଓଡ଼ଗାଁ,୨୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରବି ଗାଡିଆ ଗ୍ରାମ ପଞ୍ଚାୟତ କୁରୁମ ବାଙ୍କତରା ଗ୍ରାମର ଖେଳପଡିଆ ପଛପାଖ ବାବନା ଗହିରରେ ରଘୁନାଥ ପୃଷ୍ଟିଙ୍କ ପମ୍ପ ହାଉକୁ ବାରମ୍ବାର ବଜ୍ରାଘାତ କାରଣରୁ ୩ ବଖରା ଘର ସହିତ ଆସବାବପତ୍ର ଓ ଯନ୍ତ୍ରାଂଶ ପୋଡ଼ି ଧ୍ୱସ୍ତ ହୋଇଯାଇଥିବା ଅଭିଯୋଗ ହୋଇଛି । ଶନିବାର ଓଡ଼ଗାଁ ଅଞ୍ଚଳରେ ବର୍ଷା ସହ ବଜ୍ରଘାତ କାରଣରୁ ସ୍ଥାନୀୟ ରବି ଗାଡିଆ ଗ୍ରାମ ପଞ୍ଚାୟତ କୁରୁମ ବାଙ୍କତରା ଗାଆଁର ରଘୁନାଥ ପୃଷ୍ଟିଙ୍କ ପମ୍ପ ହାଉସରେ ନିଆଁ ଲାଗିବା ସହିତ ୩ ବଘରା ଘର ସହିତ ପାଣିପମ୍ପ, ପାଓ୍ବାର ଟିଲର ଓ ପାଣି ପାଇପ୍ ବଣ୍ଡିଲ ସମ୍ପୁର୍ଣ୍ଣ ପୋଡିଯାଇଥିବା ଅଭିଯୋଗ ହୋଇଛି । ଗହିର ମଧ୍ୟକୁ ଅଗ୍ନିଶମ ବିଭାଗ ଗାଡ଼ି ପାଇଁ ରାସ୍ତା ନଥିବା ବେଳେ ଘରଠାରୁ ପମ୍ପ ହାଉସ୍ ଦୁରରେ ଥିବାରୁ ଏବଂ ବାରମ୍ବାର ବଜ୍ରାଘାତ କାରଣରୁ ସେଠାରୁ କୌଣସି ଯନ୍ତ୍ରାଂଶ ଓ ଆସବାବପତ୍ର ଉଦ୍ଧାର ହୋଇପାରି ନଥିଲା । ଫଳରେ ସେଠାରେ ଘର ସହିତ ଅନ୍ୟାନ୍ୟ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା।