ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ତା. ୨୦.୦୯.୨୦୨୫ – ସେବା ପର୍ବ – ୨୦୨୫ ପାଳନ ଅବସରରେ ଆଜି ସ୍ଥାନୀୟ ପି. ଏମ୍. ଶ୍ରୀ. ମ୍ୟୁନିସିପାଲିଟି ହାଇ ସ୍କୁଲ ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ବୃତ୍ତିଗତ ଚିତ୍ରକର, ବିଦ୍ୟାଳୟ , ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିକଶିତ ଭାରତ ଥିମ ସମ୍ପର୍କରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଏକ ଦିବସୀୟ ଚିତ୍ରାଙ୍କନ ପ୍ରତିଯୋଗିତା କର୍ମଶାଳାର ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଏହାର ଶୁଭ ଉଦଘାଟନ କରି ଚିତ୍ରଙ୍କନ ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭି.ସି, ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଡଃ ନିବେଦିତା ନାଥ, ଅତିରିକ୍ତ ଜିଲ୍ଲାପାଳ (ସା) ତନ୍ମୟ କୁମାର ଦରୱାନ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ପ୍ରୋବେସନ)ଅନିମେଷ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପୌରପାଳିକା ଅଧିକାରୀ ପ୍ରମୋଦ କୁମାର ପାଢୀ, ଜିଲ୍ଲା ଭା.ଜ.ପା. ସଭାପତୀ ଯୁଗଳ କିଶୋର ପୋଢ, ଏମ୍.ପି. ଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶାନ୍ତନୁ କୁମାର ବେହେରା, ଡଃ. ଅଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୨୩ ଜଣ ଚିତ୍ର ଶିଳ୍ପୀ ଅଂଶ ଗ୍ରହଣ କରି ବିକଶିତ ଭାରତ ଥିମ ସମ୍ପର୍କରେ ସୁନ୍ଦର ଚିତ୍ର ଆଂକିଥିଲେ । ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ସ୍ତରରେ ଶୁଭମ ଓମକାର, ଡ୍ରିମ ପବ୍ଲିକ ସ୍କୁଲ, ପ୍ରଥମ ସ୍ଥାନ ପାଇଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟର ସଂଦୀପ ଦୁବେ ଦ୍ଵିତୀୟ ଓ ବିକାଶ ହାୟର ସେକେଣ୍ଡାରୀ ସ୍କୁଲର ସ୍ମୁତି ପ୍ରଜ୍ଞା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ ସେହିପରି କଲେଜ ସ୍ତରରେ ଉଦ୍ୟାନସୁ ବାଗ, କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ ପ୍ରଥମ, ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରକାଶ ନାଏକ ଦ୍ୱିତୀୟ ଓ କଳାହାଣ୍ଡି କଲେଜ ଅଫ ଆର୍ଟ ଏଣ୍ଡ ରିସର୍ଚ ଶ୍ରୀଧର ରାଉତ ତୃତୀୟ ସ୍ଥାନ ପାଇଥିଲେ । ବୃତ୍ତିଗତ ଚିତ୍ରାଙ୍କନ ପ୍ରତିଯୋଗିତା ବର୍ଗରେ ସଂଗ୍ରାମ ସରାଫ ପ୍ରଥମ, ତରୁଣ ମହାପାତ୍ର ଦ୍ୱିତୀୟ ଓ ଲିଙ୍ଗରାଜ ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ ।
ଏହି ତିନୋଟି ବର୍ଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ସମସ୍ତ ପେଣ୍ଟିଙ୍ଗ କୁ ରାଜ୍ୟ ସ୍ତରକୁ ପଠାଯିବ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଞ୍ଜୟ କୁମାର ସିଂ ପରିଚାଳନା କରିଥିଲେ ।
ରାଜ୍ୟ
ସେବା ପର୍ବ - ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା
- Hits: 9