-
୨୫ ତାରିଖରେ ନଗରବାସୀ ପାରିବେ ଶ୍ରମଦାନ ଦିବସ,
-
ଉଠା ଦୋକାନୀ ଓ ବୁଲା ବିକାଳି ସ୍ବଳ୍ପ ସୁଧରେ ପାଇବେ ଋଣ
ଓଡ଼ଗାଁ,୨୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅବସରରେ ସେପ୍ଟେମ୍ୱର ୧୭ ତାରିଖରୁ ସଫେଇ କାର୍ଯ୍ୟ ସହିତ ସଚେତନତା ଅଭିଯାନ ଚାଲୁ ରହିଛି । ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବର୍ଯ୍ୟବସ୍ତୁ ପ୍ରକ୍ରିୟା କରଣ ଓ ପରିଚାଳନା କେନ୍ଦ୍ର ବୁଲି ବ୍ୟବହାରିକ ଜ୍ଞାନ ଆହାରଣ କରିଥିଲେ । ଚଳିତ ମାସ ୨୨ ତାରିଖରେ ପଞ୍ଜିକୃତ ବୁଲା ବିକାଳି ଓ ଉଠା ଦୋକାନୀ ମାନଙ୍କୁ ସ୍ୱଳ୍ପ ସୁଧ ହାରରେ ରୁଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଆସନ୍ତା ୨୫ ତାରିଖରେ ସାରା ନଗରବାସୀ ନିଜ ନିଜ ଅଞ୍ଚଳରେ ଶ୍ରମଦାନ କରି ସଫେଇ କାର୍ଯ୍ୟ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି । ସେହିପରି ଓଡ଼ଗାଁ ବ୍ଳକ ଆନୁକୁଲ୍ୟରେ ବ୍ଳକ ସଭାଗୃହରେ ବ୍ଳକ୍ ସ୍ତରିୟ ସ୍ବଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ଏକଦିବସୀୟ ତାଲିମ୍ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି । ତାଲିମ୍ ଶିବିରରେ ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ପ୍ରାୟ ଶତାଧିକ ସ୍ବଚ୍ଛତାଗ୍ରାହୀ ଶିବିରରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ବିଡିଓ କବିତା କୁମାରୀ ପ୍ରଧାନ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ମନୋଜ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।