ହେଡଲାଇନସ୍:

ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଓଡ଼ଗାଁ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଏବଂ ଓଡ଼ଗାଁର ଗୈାରବ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଶତ୍ରୁଘ୍ନ ପାଣିଗ୍ରାହୀଙ୍କୁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଶନିବାର ସମ୍ବର୍ଦ୍ଧିତ କରିଛନ୍ତି । ପ୍ରକାଶ ଥାଉକି ଓଡିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ଶତ୍ରୁଘ୍ନ ପାଣିଗ୍ରାହୀ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁରେ ୧୯୯୭ ମସିହା ଇତିହାସ ସମ୍ମାନ ବିଭାଗର ପୁରାତନ ଛାତ୍ର ଅଟନ୍ତି ।ବାଲ୍ୟ ଜୀବନରୁ ଆର୍ଥିକ ଅନଟନ ମଧ୍ୟରେ କାଳାତିପାତ କରିଥିଲେ । ନିଜର ଅଦ୍ୟମ ଚେଷ୍ଟା ନିଷ୍ଠା ପରାକାଷ୍ଠା ବଳରେ ଆଜି ଓଡ଼ିଶା ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ତାଙ୍କର ଏହି ସଫଳତାରେ ଓଡ଼ଗାଁ ମାଟିକୁ ଗୋୖରବାନ୍ବିତ କରିଥିବାରୁ ଓଡ଼ଗାଁ କଲେଜ ଏବଂ ସ୍ଥାନୀୟ ଅଞ୍ଚଳ ବାସୀ ବେଶ ଆନନ୍ଦିତ ।

ଆଜି ସେ ତାଙ୍କର ଜନ୍ମମାଟି ଓଡ଼ଗାଁ ନିକଟସ୍ଥ କୁରାଳ ଗ୍ରାମକୁ ଆସିଥିବା ଅବସରରେ ଅଧ୍ୟୟନ କରିଥିବା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟକୁ ଆସି ଓଡ଼ିଆ ଏବଂ ସଂସ୍କୃତ ବିଭାଗର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ । ନିଜର ସଂଘର୍ଷ ପୂର୍ଣ୍ଣ ଜୀବନର କଥା କହିଲା ବେଳେ ଜଗନ୍ନାଥଙ୍କ ଅପାର କରୁଣାରୁ ସେ ଆଜି କୁଳପତି ହୋଇପାରିଛନ୍ତି ବୋଲି କହିଥିଲେ । ଜଣେ ବିଦ୍ୟାର୍ଥୀର ନିରନ୍ତର ଅଧ୍ୟୟନ ତା' ଜୀବନକୁ ସାର୍ଥକ କରିପାରିବ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ସାରସ କୁମାର ମିଶ୍ର, ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ ବିଶ୍ବାଳ, ଓଡ଼ିଆ ବିଭାଗ ଅଧ୍ୟାପକ ଅରୂପାନନ୍ଦ ରାଉତ ଏବଂ ଡ.ସଞ୍ଜୁକ୍ତା ଦାସ, ପ୍ରମୁଖ ଯୋଗଦେଇଥିଲେ । ସଂସ୍କୃତ ବିଭାଗ ଅଧ୍ୟାପକ ମୋହନ ଚନ୍ଦ୍ର ଦଳେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବିପିନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault