ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର) ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ଆତାରସିଙ୍ଗ ପଞ୍ଚାୟତର , ନୂଆଗଡ ବ୍ଲକ ଓ ରାମଗିରି ପଞ୍ଚାୟତ , ରା.ଉଦୟଗିରି ବ୍ଲକ ଠାରେ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକର ତିନୋଟି ପଞ୍ଚାୟତର ବାସିନ୍ଦା ଯଥା କ୍ରମେ :- ତାବରଡା , ପୁତୁରୁପଡା ଓ ଆତାରସିଙ୍ଗରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ ଏବଂ ରା.ଉଦୟଗିରି ବ୍ଲକର ତିନୋଟି ପଞ୍ଚାୟତର ବାସିନ୍ଦା ଯଥା କ୍ରମେ :- ରାମଗିରି , ତାବରସିଙ୍ଗ ଓ ଅନଘା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପ୍ରାୟ ୨୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମର ଉଦ୍ଦେଶ୍ୟ ହେଲା ଶିଶୁମାନଙ୍କର ଚାଲାଣକୁ ବିରୋଧ କରିବା ସହିତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଚଳିତ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ସେମାନଙ୍କୁ ସମାଜର ସ୍ବତନ୍ତ୍ର ପରିଚୟ ଦେଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା। କୌଣସି ଶିଶୁ ଯେପରି ତାଙ୍କର ଅଧିକାରରୁ ବଞ୍ଚିତ ନହୁଏ କିମ୍ବା ବିପଦ ସଙ୍କୁଳ ପରିବେଶକୁ ଚାଲି ନ ଯାଏ ସେଥି ନିମନ୍ତେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ତରଫରୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଆଲୋଚନା କରାଯାଇଥିଲା।
ଆତାରସିଙ୍ଗ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଆର. ଉଦୟଗିରୀ ଇନ୍ସପେକଟେର ସ୍ଵପ୍ନରାଣୀ ବେହେରା , ନୂଆଗଡ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ରାଜେଶ୍ଵରୀ ପାତ୍ର , ସମିତି ସଭ୍ୟା ଋତାନି ରାଇକା , ଆତାରସିଙ୍ଗ ପଞ୍ଚାୟତର ସରପଞ୍ଚ ଜୀବନୀ ଗମଙ୍ଗୋ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଡକ୍ଟର ଅନୁପ ରାଜା ଓ ରାଜେସ ମିଶ୍ର ଆଇନଜୀବୀ ସମ୍ବଳବ୍ୟକ୍ତ ଭାବେ ଅଂଶ ଗ୍ରହଣ କରିଥିଲେ।
ରାମଗିରି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ , ଜିଲ୍ଲା ପରିଷଦ ସଭ୍ୟ ମଣିକ ଗମଙ୍ଗୋ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମୀକାନ୍ତ ପଣ୍ଡା ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ତରଫରୁ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ
- Hits: 2