ହେଡଲାଇନସ୍:

ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ମିଡୋଜ୍‍ ପକ୍ଷରୁ ଯୁବ ପ୍ରତିଭାଙ୍କ ପ୍ରଦର୍ଶନକାରୀ ଏକ ଆନ୍ତଃ-ସ୍କୁଲ ପ୍ରତିଯୋଗିତା ‘ରଙ୍ଗତୁଳି-୨୦୨୫’ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର: ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ମିଡୋଜ୍‍ ପକ୍ଷରୁ ସଫଳତାର ସହିତ ଆନ୍ତଃ-ସ୍କୁଲ ପ୍ରତିଯୋଗିତା ‘ରଙ୍ଗ ତୁଳି-୨୦୨୫’ ଆୟୋଜିତ ହୋଇଯାଇଛି । ଏହି ଅତୀବ ଆକାଂକ୍ଷିତ କାର୍ଯ୍ୟକ୍ରମ ଚଳିତ ଥର ଏହାର ୪ର୍ଥ ସଂସ୍କରଣରେ ପହଞ୍ଚିଥିବାବେଳେ ଏହା ସମଗ୍ର ସହରର ୧୦୦ରୁ ଅଧିକ ସ୍କୁଲରୁ ୫୦୦ରୁ ଅଧିକ ଯୁବ କଳାକାରଙ୍କୁ ଏକତ୍ରିତ କରିଥିଲା । ସେମାନେ ଦୁଇଟି ବର୍ଗରେ ପ୍ରତିଯୋଗିତା କରିଥିଲେ । ୫ମରୁ ୭ମ ଶ୍ରେଣୀ ପିଲାଙ୍କ ନିମନ୍ତେ ‘ମୋ ସ୍ୱପ୍ନର ଭାରତ’ ଶୀର୍ଷକ ରଖାଯାଇଥିବାବେଳେ ୮ମରୁ ୧୦ମ ଛାତ୍ର ଛାତ୍ରୀଙ୍କ ପାଇଁ ‘ଯୁଦ୍ଧ ବିନା ବିଶ୍ୱ’ ବିଷୟବସ୍ତୁ ରଖାଯାଇଥିଲା ।
ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ଓଡ଼ିଶା ବିଧାନସଭାର ସମ୍ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ରୋଟାରିଆନ୍‍ ମନୋଜ କୁମାର ତ୍ରିପାଠୀ, ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଆରଆଇଡି- ୩୨୬୨, କ୍ଲବ ଆଡଭାଇଜର ପିଡିଜି ଅଶ୍ୱିନୀ କର, ଆଦିତ୍ୟ ପ୍ରସାଦ ପାଢୀ, କ୍ଲବ ପ୍ରେସିଡେଣ୍ଟ, ପି କେ ଅମର ସେକ୍ରେଟାରୀ, ପ୍ରୋଜେକ୍ଟ ଚେୟାର ସନ୍ତୋଷ ସେନାପତି, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର, ଡିଜିଏମ୍‍ ଏସ୍‍ବିଆଇ, ଶ୍ରୀମତୀ ମିନତୀ ସିଂହ, ସବ୍‍-ଏଡିଟର ଟାଇମ୍ସ ଅଫ ଇଣ୍ଡିଆ ଉଦ୍‍ଘାଟନ କରିଥିଲେ ।
ଯୁବ ଅଂଶଗ୍ରହଣକାରୀମାନେ ଉଲ୍ଲେଖନୀୟ ସୃଜନଶୀଳତା ଓ କୋ÷ଶଳ ପ୍ରଦର୍ଶନ କରି ଏଭଳି କଳାକୃତି ସୃଷ୍ଟି କରିଥିଲେ ଯାହା ସେମାନଙ୍କର ଉଭୟ କଳ୍ପନା ଏବଂ କଳାତ୍ମକ ପ୍ରତିଭାକୁ ପ୍ରତିଫଳିତ କରିଥିଲା । ଉକ୍ତ କାର୍ଯ୍ୟକ୍ରମ ଭବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ସହିତ ସମାପ୍ତ ହୋଇଥିଲା ।
ଗ୍ରୁପ୍‍-ବି ରୁ ଅଚୁ୍ୟତ କୁମାର ରାୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବୈଭବ ଶୁଭଦର୍ଶୀ, ବିଜେଇଏମ୍‍-୧ ଏବଂ ସାଇଶ୍ରୀ ସିଂହ, ଲୋୟଲା ସ୍କୁଲ, ଯଥାକ୍ରମେ ୧ମ, ୨ୟ ଏବଂ ୩ୟ ପୁରସ୍କାର ଲାଭ କରିଥିଲେ । ଗ୍ରୁପ୍‍-ଏ ରୁ ପାୟଲପ୍ରିୟା ବାରିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପ୍ରତ୍ୟାଶା ପ୍ରିୟଦର୍ଶିନୀ, ଡିଏଭି ଚନ୍ଦ୍ରଶେଖରପୁର ଏବଂ ଜ୍ୟୋତିପ୍ରକାଶ ରାୟ, କେ ସି ବେହେରା ସରକାରୀ ୟୁପି ସ୍କୁଲ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ହାସଲ କରିଥିଲେ ।
ଏତଦ୍‍ବ୍ୟତୀତ ପ୍ରତ୍ୟେକ ଗ୍ରୁପ୍‍ରୁ ୧୦ଜଣ ଛାତ୍ର ଛାତ୍ରୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ମୋଟ ୧ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ସହିତ ଫଳକ ବିଜେତାମାନଙ୍କୁ ପ୍ରଦାନ କରାଯାଇଥିଲା ।
ନିଜ ଅଭିଭାଷଣରେ ମୁଖ୍ୟ ଅତିଥି ଶ୍ରୀମତୀ ସୁରମା ପାଢୀ ଯୁବ କଳାକାରଙ୍କୁ ସେମାନଙ୍କର ଉଲ୍ଲେଖନୀୟ କୃତି ପାଇଁ ପ୍ରଶଂସା କରିବା ସହିତ ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ମିଡୋଜ୍‍କୁ ଯୁବ ପ୍ରତିଭା ପରିପୋଷଣ ନିମନ୍ତେ ତାହାର ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ । “କଳା ହେଉଛି ଅଭିବ୍ୟକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ ଏବଂ ଏତେ ସଂଖ୍ୟକ ଯୁବ ପ୍ରତିଭା ସେମାନଙ୍କର ସୃଜନଶୀଳତାକୁ ଏଭଳି ସକାରାତ୍ମକ ଉପାୟରେ ପରିସ୍ଫୁଟ କରୁଥିବା ଦେଖି ଅତ୍ୟନ୍ତ ଖୁସି ଲାଗୁଛି ବୋଲି ସେ କହିଥିଲେ । ରୋଟାରିଆନ୍‍ ସ୍ୱପ୍ନିତା ଶତପଥୀ ଏବଂ ରୋଟାରିଆନ୍‍ ପ୍ରଫେସର ଡ. ଇଶା ମିଶ୍ର ଉଭୟ ଉଦ୍‍ଘାଟନ ଏବଂ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ରଙ୍ଗ ତୁଳି-୨୦୨୫ର କୋର୍‍ ଟିମ୍‍ ସହାୟତାରେ ପରିଚାଳନା କରିଥିଲେ । ରୋଟାରିଆନ ରାମକୃଷ୍ଣ ପଣ୍ଡା କ୍ଲବ ବୁଲେଟିନ୍‍ “ଦି ମିଡୋଜ୍‍”କୁ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ରୋଟାରୀ କ୍ଲବ ପ୍ରେସିଡେଣ୍ଟ ରୋଟାରିଆନ୍‍ ଆଦିତ୍ୟ ପ୍ରସାଦ ପାଢୀ ଏବଂ ଇଭେଣ୍ଟ ଚେୟାର, ପାଷ୍ଟ ପ୍ରେସିଡେଣ୍ଟ ସନ୍ତୋଷ ସେନାପତି, ସମସ୍ତ ଅଂଶଗ୍ରହଣକାରୀ, ପ୍ରାୟୋଜକ, ଅଂଶୀଦାର, ରୋଟ୍ରାକ୍ଟର ଏବଂ ସମୁଦାୟ କୋର୍‍ ଟିମ୍‍କୁ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସେମାନଙ୍କର ଅବଦାନ ପାଇଁ କୃତଜ୍ଞତା ଜଣାଇଥିଲେ । ଏହି ପ୍ରତିଯୋଗିତା କେବଳ ଏକ ପ୍ରତିଯୋଗିତା ଠାରୁ ଯଥେଷ୍ଟ ଅଧିକ, ଏହା ଛାତ୍ର ଛାତ୍ରୀଙ୍କ ନିମନ୍ତେ ସେମାନେ ନିଜକୁ ପରିପ୍ରକାଶ କରିବା ଏବଂ ସେମାନଙ୍କ କଳାତ୍ମକ ଦକ୍ଷତା ବୃଦ୍ଧି ଓ ଆତ୍ମବିଶ୍ୱାସ ନିର୍ମାଣର ଏକ ସୁଯୋଗ । ଏହି ପ୍ରତିଯୋଗିତା ଯୁବ ପ୍ରତିଭାଙ୍କୁ ଏକ ମଞ୍ଚ ଯୋଗାଇ ଦେଉଥିବାରୁ ଆମେ ଗର୍ବିତ ବୋଲି ପ୍ରେସିଡେଣ୍ଟ କହିଥିଲେ ।
କାର୍ଯ୍ୟକ୍ରମକୁ ଅଭିଭାବକ, ଶିକ୍ଷକ ଏବଂ ଉପସ୍ଥିତ ଜନସାଧାରଣ ପ୍ରଶଂସା କରିବା ସହିତ ଗୁଣାତ୍ମକ କଳାକୃତି ଓ ଉଚ୍ଚ ମାନର ଆାୟୋଜନକୁ ମଧ୍ୟ ପ୍ରଶଂସା କରିଥିଲେ । ସ୍କୁଲ ପିଲାଙ୍କ ମଧ୍ୟରେ କଳାତ୍ମକ ସର୍ଜନା ନିମନ୍ତେ ପ୍ରଚେଷ୍ଟା ଦିଗରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନେକ ମତ ରଖିଥିଲେ । ରୋଟାରୀ କ୍ଲବ ଅଫ୍‍ ଭୁବନେଶ୍ୱର ମିଡୋଜ୍‍ ଯୁବ ପ୍ରତିଭାଙ୍କୁ ସମର୍ଥନ କରିବା ଏବଂ ରଙ୍ଗ ତୁଳିର ଭବିଷ୍ୟତ ସଂସ୍କରଣଗୁଡିକରେ ଏହି ପରମ୍ପରା ବଜାୟ ରଖିବାକୁ ଆଗ୍ରହ ରଖୁଛି ।

 

0
0
0
s2sdefault