ଇବ ଥର୍ମାଲ/18-08-2025: ଇବ ଥର୍ମାଲ ପୱାର ଷ୍ଟେସନ ଠାରେ 79 ତମ ସ୍ୱାଧୀନତା ଦିବସ ସ୍ଥାନୀୟ ରାଜୀବ ଗାନ୍ଧୀ ପଡିଆ ରେ ମହାସମାରୋହ ରେ ପାଳିତ ହୋଇଯାଇଛି। ସକାଳ 8:30ସମୟରେ ନିର୍ଦେଶକ -ଅପେରସନ ଶ୍ରୀ ଅଞ୍ଜନା ରଞ୍ଜନ ଦାସ ଜାତୀୟ ପତାକା ଉତ୍ତୋଳନ କରି ପରେଡ ର ପରିଦର୍ଶନ କରିଥିଲେ। ଏହା ପରେ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ପ୍ରାରମ୍ଭରେ ନିର୍ଦେଶକ ଶ୍ରୀ ଦାସ ଉଦବୋଧନ ଦେଇ ନିକଟ ଅତୀତରେ ଓପିଜିସି ଦ୍ୱାରା ବିଦ୍ୟୁତ ଉତ୍ପାଦନ ଓ ନୂତନ ପ୍ରକଳ୍ପ ଦିଗରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ବିଷୟରେ କହି ଏଥିରେ ଓପିଜିସି କର୍ମଚାରୀ ମାନଙ୍କ ଅବଦାନ ର ଭୁୟସୀ ପ୍ରଶଂସା କରିଥିଲେ। କର୍ମଚାରୀ ତଥା ପ୍ଲାଣ୍ଟ ସଂଲଗ୍ନ ଗ୍ରାମର ବାସିନ୍ଦା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଗକୁ ହେବାକୁଥିବା ଅନେକ ଯୋଜନା ବିଷୟରେ ମଧ୍ୟ୍ୟ ସେ ଉଲ୍ଲେଖ କରିଥିଲେ ।ଇଣ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସ ମଧ୍ୟରେ ଓପିଜିସି ଦ୍ୱାରା ପରିଚାଳିତ ଇବ ଥର୍ମାଲ DAV Public School ଏବଂ DAV High School ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶଭକ୍ତି ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା
ଏହି ଅବସରରେ ଅପେରସନ ବିଭାଗର ବରିଷ୍ଠ ଅପରେଟର ଶ୍ରୀ ରଞ୍ଜନ ସ୍ୱାଇଁ ଏବଂ ଜୁନିଅର ଟେକନିସିଆନ ଶ୍ରୀ କାର୍ତ୍ତିକେୟ ବେହେରା ଙ୍କୁ ତ୍ରେୟମାସିକ ର ଶ୍ରେଷ୍ଠ କର୍ମଚାରୀ ରୂପେ ସମ୍ମାନିତ କରି ପୁରସ୍କୃତ କରାଯାଇଥିଲା । ଆଉ ମଧ୍ୟ DAV Public School ଏବଂ DAV High School ର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ଛାତ୍ର ଛାତ୍ରୀଙ୍କୁ ଏହି ଅବସରରେ ବୃତ୍ତି ରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ
(ଓପିଜିସି କର୍ମଚାରୀଙ୍କ ସନ୍ତାନ)
ସି ବି ଏସ ଇ ଦଶମ ବୋର୍ଡ଼ ପରୀକ୍ଷା ରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା
ପ୍ରଥମ - ସମର୍ଥ ଜୟପ୍ରକାଶ ଭାରଦ୍ୱାଜ,
ଦ୍ଵିତୀୟ - ସମୀକ୍ଷା ସ୍ୱାଇଁ
ତୃତୀୟ - ଆଦର୍ଶ କୁମାର ଦାସ
ଦ୍ୱାଦଶ ଶ୍ରେଣୀ ବିଜ୍ଞାନ
ପ୍ରଥମ - ଧୃତି ଜୟପ୍ରକାଶ ଭାରଦ୍ୱାଜ
ଦ୍ୱିତୀୟ - ଅମିତ କୁମାର ସାହୁ
ତୃତୀୟ - ସୁୟଷ ତ୍ରିପାଠୀ
ସ୍ୱତନ୍ତ୍ର କୃତିତ୍ୱ ବୃତ୍ତି
ଦଶମ ଶ୍ରେଣୀ ବୋର୍ଡ଼ (CBSE )
ପ୍ରଥମ - ପଲ୍ଲବୀ ସାହୁ
ଦ୍ୱିତୀୟ - ଅନ୍ଵେଷା ନାଏକ
ତୃତୀୟ - ଆଶିଷ ପଣ୍ଡା
+2 Science
ପ୍ରଥମ - ଗୌରବ କୁମାର ସାହୁ
ଦ୍ୱିତୀୟ - ପ୍ରାଚୀ ପରମିତା ପଧାନ
ତୃତୀୟ - ରାହୁଲ ମିର୍ଦ୍ଧା
DAV HIGH SCHOOL
ପ୍ରଥମ -ଜୟନ୍ତୀ ପ୍ରଧାନ
ଦ୍ୱିତୀୟ - ଅଙ୍କିତା ପ୍ରଧାନ
ତୃତୀୟ - ଗୌରବ ଖରସେଲ
ପରିଶେଷରେ ସର୍ବୋତ୍ତମ ଦେଶାତ୍ମବୋଧ ସଂସୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ DAV High School ର ଦଳ କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।