ହେଡଲାଇନସ୍:

ଓଡଗାଁ ଏନଏସି : ଆଇନଗତ ସଫେଇ ସୁରକ୍ଷିତ ସଫେଇ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଓଡଗାଁ,୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଆଦେଶ କ୍ରମେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟର ଆଇନଗତ ସଫେଇ ସୁରକ୍ଷିତ ସଫେଇ ନିମନ୍ତେ ସଚେତନତା ଅଭିଯାନ ଆରମ୍ଭ ରହିଛି । ଅଣକୁଶଳୀଙ୍କ ଦ୍ବାରା ବେଆଇନ ଭାବେ ପାଇଖାନା ଟାଙ୍କି ସଫେଇ କରୁଥିବା ବେଳେ ଅନେକ ଶ୍ରମିକ ଅସାବଧାନତା ବଶତଃ ମୃତ୍ୟୁ ବରଣ କରୁଥିବାର ଅନେକ ନଜୀର ରହିଛି । ଏଣୁ ଅଣ କୁଶଳୀ ବାହାର ଲୋକଙ୍କ ଦ୍ୱାରା ପାଇଖାନା ଟାଙ୍କି ସଫା ନକରିବାକୁ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସଫେଇ କର୍ମଚାରୀଙ୍କୁ ସୁରକ୍ଷିତ ସ୍ୱାସ୍ଥ୍ୟ ସେବା, ଆବାସ ସହିତ ବୀମା ସୁବିଧା ଯୋଗାଇ ଦେବାକୁ ବିଭାଗ ଘୋଷଣା କରିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ପୋଷାକ ଓ ସଫେଇ ଉପକରଣ ଯୋଗାଇ ଦିଆଯାଇଛି । ଏପରି ଭାବେ ସହରାଞ୍ଚଳ ସଫେଇ କାର୍ଯ୍ୟକ୍ରମକୁ ଗୁରୁତ୍ୱାରୋପ କରାଯଇଥିବା ବେଳେ ପ୍ରତି ଘରୁ ଦୈନିକ ଅଳିଆ ସଂଗ୍ରହ ଅଭିଯାନ ଚାଲୁ ରହିଛି । ସେହିପରି ମନ୍ଦିର, ସ୍କୁଲ, ହସ୍ପିଟାଲ, ବିଭିନ୍ନ କାର୍ଯ୍ୟାଳୟ ସଫେଇ କରି ସରସ ସୁନ୍ଦର କରାଯିବା ପାଇଁ ସ୍ୱଚ୍ଛ ସାଥି ପ୍ରତ୍ୟେକ ୱାର୍ଡ ପରିଦର୍ଶନ କରୁଥିବା ବେଳେ ସେମାନଙ୍କୁ ସହଯୋଗ କରିବାକୁ କୁହାଯାଇଛି । ସର୍ବୋପରି ରାସ୍ତା ଘାଟରେ ଖୋଲାରେ ବୁଲୁଥିବା ଗୃହ ପାଳିତଙ୍କୁ ନିଜର ଗୁହାଳ ଘରେ ରଖିବା ପାଇଁ ସୁନିଶ୍ଚିତ କରିବାକୁ କଡା ଚେତାବନୀ ଦିଆଯାଇଛି । ଅନ୍ୟଥା ଅନେକ ଲୋକ ଦୁର୍ଘଟଣାର ଶିକାର ହୋଉଥିବା ସହିତ ସାହି ଓ ମୁଖ୍ୟ ସଡ଼କରେ ଗୁହାଳ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଏବଂ ରାସ୍ତା ଉପରେ ମଳମୂତ୍ତ୍ର ଗଦା ହୋଇ ପରିବେଶ ପ୍ରଦୂଷିତ ହେଉଛି । ଏନେଇ ସହରବାସୀ ସଚେତନ ରହିବା ସହିତ କର୍ମଚାରୀଙ୍କୁ ସହଯୋଗ କରି ଆଇନଗତ ସଫେଇ ସୁରକ୍ଷିତ ସଫେଇ ଅଭିଯାନକୁ ସଫଳ କରିବାକୁ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଅନୁରୋଧ କରିଛନ୍ତି ।

0
0
0
s2sdefault