ହେଡଲାଇନସ୍:

ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ରାଧାକୃଷ୍ଣ ବେଶ ଏବଂ କଣ୍ଢେଇ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ କୁନି କୁନି ଛାତ୍ରଛତ୍ରୀଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ଏବଂ କଣ୍ଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ବିଷୋୟୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଚାରକ ରୂପେ ବିଶିଷ୍ଟ ନାଟ୍ୟକାର ପ୍ରଫୁଲ୍ଲ କୁମାର ବେହେରା ଏବଂ ଚିତ୍ରଶିଳ୍ପୀ ଗୌରୀ ଶଙ୍କର ବିଷୋୟୀ ବିଚାରକ ରୁପେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଦିବାକର ବିଷୋୟୀ ଏବଂ ଅନ୍ୟମାନେ ଉପସ୍ଥିତ ରହି କୁନି କୁନି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ଛାତ୍ରଛାତ୍ରୀ ମାନେ ୪୬ ଟି କଣ୍ଢେଇ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ I ସେହିପରି ରାଧାକୃଷ୍ଣ ବେଶରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଗୁରୁଜୀ ମିଥୁନ୍ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଗୁରୁଜୀ ଗଣେଶ ସାହୁ ଏବଂ ଗୁରୁମା ପ୍ରତିମା ବିଷୋୟୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ନୃତ୍ୟଗୀତ,ଚିତ୍ର,ଶୀଳ୍ପ କୁନି କୁନି ଛାତ୍ରଛାତ୍ରୀଙ୍କ ମନରେ ନୂତନ ଜିଜ୍ଞାସା ସୃଷ୍ଟି କରିବା ସହିତ ସୃଜନୀ ଶକ୍ତିର ବିକାଶ କରିଥାଏ ବୋଲି ଉପସ୍ଥିତ ବିଚାରକମାନେ ମତ ଦେଇଥିଲେ I ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନର ଗୁରୁଜୀ ପବିତ୍ର ମୋହନ ବିଷୋୟୀ ,ବିଶ୍ବ ରଂଜନ ସେଠୀ,ଦେବାଶିଷ ବିଷୋୟୀ,ଶେଷଦେବ ପାଢ଼ୀ,ଗୁରୁମା
ରିନା କୁମାରୀ ସାହୁ,ସନ୍ତୋଷିନୀ ଗୌଡ,ଜ୍ୟୋସ୍ନା ପ୍ରଧାନ,ସୁଜ୍ଞାନି ପଟ୍ଟନାୟକ,ରୋଜିମା ସ୍ୱାଇଁ,ସନ୍ତୋଷୀ ଗୌଡ,ବୈଶାଖୀ ବେହେରା,ଆରତୀ ବିଷୋୟୀ,ମନିଷା ବିଷୋୟୀ,ସନ୍ତୋଷୀ ବିଷୋୟୀ,ଆଶା ଲତା ସ୍ବାଇଁ,ଝିଲି ରାଣୀ ନାୟକ ପ୍ରମୁଖ ସହଯୋଗ କରିଥିଲେ I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault