ହେଡଲାଇନସ୍:

କୋମଣ୍ଡ ସମବାୟ ସମିତିରେ ମୃତ ଲୋକ ନାମରେ ଋଣ ଉଠାଣ ଘଟଣା: ତତ୍କାଳୀନ ସମ୍ପାଦକ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜରିମାନା ସହ ୪ ମାସ ସଶ୍ରମ କାରାଦଣ୍ଡାଦେଶ


ଓଡ଼ଗାଁ,୨୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋମଣ୍ଡ ପ୍ରାଥମିକ କୃଷିଋଣ ସମବାୟ ସମିତିରେ ୧୫ ବର୍ଷ ପୂର୍ବେ ମୃତ ଲୋକ ନାମରେ ୠଣ ଉଠାଣ ଘଟଣାରେ ଅଭିଯୁକ୍ତ ତତ୍କାଳୀନ ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର ଭିଜିଲାନ୍ସ ଓଡିଶା ସ୍ବତନ୍ତ୍ର ବିଚାରପତି ଭୁବନେଶ୍ୱରଙ୍କ ଦ୍ବାରା ଦୋଷି ସାବ୍ୟସ୍ତ କରାଯାଇ, ଜରିମାନା ସହିତ ୪ ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଏବଂ ମଙ୍ଗଳବାର ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଘଟଣା କ୍ରମରେ ୨୦୧୦ ମସିହାରେ ପ୍ରଫୁଲ୍ଲ କୁମାର ମିଶ୍ର କୋମଣ୍ଡ ପ୍ରାଥମିକ କୃଷିଋଣ ସମବାୟ ସମିତିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ କୋମଣ୍ଡ ଅନ୍ତର୍ଗତ ଉଦୟପୁର ଗାଁର ମୃତ ଆନନ୍ଦ ପ୍ରଧାନଙ୍କ ନାମରେ ୨୫ ହଜାର ଟଙ୍କାର ଋଣ ଉଠାଣ ହୋଇଥିଲା । ଘଟଣା ସଂପର୍କରେ ଅଭିଯୋଗ ହେବା ପରେ ଆର୍ଥିକ ଅନିୟମିତତାର ତଦନ୍ତ ଭାର ଓଡ଼ିଶା ଭିଜିଲାନ୍ସ ବିଭାଗ ଭୁବନେଶ୍ବର ନେଇଥିଲେ । କୃଷି ଋଣର ଅପବ୍ୟବହାର ପାଇଁ ଭିଜିଲାନ୍ସ ବିଭାଗ ୟୁ/ଏସ୍ ଧାରା ୧୩(୨)ଆର/ଡବ୍ଲୁ ୧୩(୧)(ସି)(ଡି)/୭ ପିସି ଆକ୍ଟ ୧୯୮୮ /୧୨୦ .ବି ଆପିସି ଅନୁସାରେ ମାମଲା ରୁଜୁ କରିଥିଲେ । ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୋଷୀ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ପେନସନ ବନ୍ଦ କରିବା ପାଇଁ ପ୍ରାଧିକୃତ ଅଧିକାରୀଙ୍କୁ ଅବଗତ କରାଯିବ । ସୂଚନା ଥାଉକି ଘଟଣା ସମ୍ପର୍କରେ ଅନୁସନ୍ଧାନ ବେଳେ ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ତତ୍କାଳୀନ କ୍ୟାସିୟର ସ୍ବର୍ଗତ ଜଗନ୍ନାଥ ଚୈ।ଧୁରୀଙ୍କୁ ଉକ୍ତ ଘଟଣାରେ ମଧ୍ୟ ନିଲମ୍ବନ କରାଯାଇଥିଲା । ଡି. ଘଡ଼େଇ ପୂର୍ବତନ ଭିଜିଲାନ୍ସ ଇନ୍ସପେକ୍ଟର ଭୁବନେଶ୍ୱର, ଏ/ପି ରାଉରକେଲା ଡିଭିଜନ ଇନ୍ସପେକ୍ଟର ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିଥିବା ବେଳେ ଭିଜିଲାନ୍ସ ତରଫରୁ ପବ୍ଲିକ ପ୍ରସକ୍ୟୁଟର ବିଶ୍ବ ରଞ୍ଜନ ରାଉତ, ଶୈଳଯା କୁମାର ପ୍ରଧାନ ମାମଲାକୁ ପରିଚାଳନା କରିଥିଲେ ।

0
0
0
s2sdefault