ହେଡଲାଇନସ୍:

ବିଜେଡି ଏବଂ କଂଗ୍ରେସ କ୍ଷମା ମାଗନ୍ତୁ : ଅନିଲ ବିଶ୍ୱାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

* ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ଏବଂ କଂଗ୍ରେସ ଆତ୍ମସମୀକ୍ଷା କରନ୍ତୁ
* ମାନ୍ୟବର ହାଇକୋର୍ଟ ଏହି ଘଟଣାରେ କ୍ରାଇମବ୍ରାଂଚର ତଦନ୍ତରେ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି
* ମାନ୍ୟବର ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର ଯେଉଁଭଳି ତଦନ୍ତ କରିବା କଥା ତାହା ସଠିକ ଭାବରେ କରିଛନ୍ତି
* ବିରୋଧୀ ଦଳମାନେ ଓଡିଶା ବନ୍ଦ ପାଳନ କରି ସାଧାରଣ ଲୋକଙ୍କୁ ହଇରାଣ କରିଛନ୍ତି ସେନେଇ ହାଇକୋର୍ଟ ଉଭୟ ଦଳଙ୍କୁ ନୋଟିସ କରିଛନ୍ତି

ଭୁବନେଶ୍ୱର, ତା.୨୨/୦୭: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ହୋଇଥିବା ଜନସ୍ୱାର୍ଥ୍ୟ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ଟିପ୍ପଣୀ ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର ମୁଖା ଖୋଲିଦେଇଛି । ଘଟଣାରେ ଏହି ଦୁଇ ଦଳ ଯେଉଁ ଭଳି ଭାବରେ ରାଜନୀତି ରୁଟି ସେକିବା ପାଇଁ ଆଗଭର ହୋଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଥିଲେ ଏବେ ସେମାନେ ମାନ୍ୟବର ହାଇକୋର୍ଟଙ୍କ ଟିପ୍ପଣୀ ପରେ ଆତ୍ମସମୀକ୍ଷା କରିବା ଆବଶ୍ୟକ । ମାନ୍ୟବର ହାଇକୋର୍ଟ ଏହି ଘଟଣାରେ କ୍ରାଇମବ୍ରାଂଚର ତଦନ୍ତରେ ସନ୍ତୁଷ୍ଟ ପ୍ରକାଶ କରିବା ସହିତ ବିରୋଧୀ ଦଳମାନଙ୍କର ଏସଆଇଟି ଏବଂ ନ୍ୟାୟିକ ତଦନ୍ତ ପାଇଁ ଯେଉଁ ଦାବି ଥିଲା ତାହାକୁ ପ୍ରତ୍ୟାଖାନ କରିଛନ୍ତି । ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାରେ ଯେଉଁଭଳି ତଦନ୍ତ କରିବା କଥା ତାହା ସଠିକ ଭାବରେ କରିଛନ୍ତି । କେବଳ ସେତିକି ନୁହେଁ ଯେଉଁଭଳି ଭାବରେ ବିରୋଧୀ ଦଳମାନେ ଓଡିଶା ବନ୍ଦ ପାଳନ କରି ସାଧାରଣ ଲୋକଙ୍କୁ ହଇରାଣ କରିଛନ୍ତି ସେନେଇ ହାଇକୋର୍ଟ ମଧ୍ୟ ଉଭୟ ଦଳଙ୍କୁ ନୋଟିସ କରିଛନ୍ତି । ଏହି ଘଟଣାକୁ ନେଇ ରାଜନୀତି କରୁଥିବା ବିଜେଡି ଏବଂ କଂଗ୍ରେସ ଏବେ କ୍ଷମା ମାଗନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ସରକାର ସବୁବେଳେ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଛି । ଯେଉଁଠି ବି କୌଣସି ମହିଳା ବିରୋଧୀ ହିଂସା ସାମ୍ନାକୁ ଆସୁଛି ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । କିନ୍ତୁ ବିଜେଡି ଏବଂ କଂଗ୍ରେସ, ଯାହାଙ୍କ ସମୟରେ ଶହ ଶହ ମହିଳା ବିରୋଧୀ ମାମଲାରେ ଦୋଷୀକୁ ଖସାଇ ଦିଆଯାଉଥିଲା, ପୋଲିସ ମାମଲା ରୁଜୁ କରୁନଥିଲା ସେମାନେ ଆଜି ରାଜରାସ୍ତାରେ ରୁଦାଲି ଛାଡୁଛନ୍ତି । ଉଭୟଙ୍କ ଦଳରେ ଏବେ ମାଳ ମାଳ ଏଭଳି ନେତା ଅଛନ୍ତି ଯେଉଁମାନେ ଖୋଦ ନିଜେ ମହିଳା ବିରୋଧୀ ହିଂସାରେ ଅଭିଯୁକ୍ତ । ଯେତେବେଳେ ସରକାର ଦୋଷୀକୁ ଗିରଫ କରିସାରିଥିଲେ ଏବଂ ତଦନ୍ତ ଠିକ ଠାକ ଚାଲିଥିଲା ସେତେବେଳେ କାହିଁକି ଜୋର ଜବରଦସ୍ତ ବନ୍ଦ ପାଳନ କରି ସାଧାରଣ ଲୋକଙ୍କୁ ହଇରାଣ କରାଗଲା ତାହାର ଜବାବ ଏବେ ସାଧାରଣ ଲୋକଙ୍କୁ ଦେବାର ଆବଶ୍ୟକତା ରହିଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କଂଗ୍ରେସ ଦଳର ସେହି ଗୋଟିଏ ଦିନର ବନ୍ଦ ପାଇଁ ରାଜ୍ୟର ୧୫୦୦ କୋଟି ଟଙ୍କା କ୍ଷତି ହୋଇଥିଲା । ଏବେ ମାନ୍ୟବର ହାଇକୋର୍ଟଙ୍କ ଟିପ୍ପଣୀ ପରେ ସାରା ଓଡିଶାଲୋକ ଏହି ଦୁଇ ଦଳର ମନ୍ଦ ଉଦ୍ଦେଶ୍ୟକୁ ବୁଝିସାରିଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

0
0
0
s2sdefault