ଅସ୍ତରଙ୍ଗ: ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଅସ୍ତରଙ୍ଗ ତହସିଲ ନିକଟରେ, ଓଡିଶା ହାଇ କୋର୍ଟ ର ମୁଖ୍ୟ ବିଚାର ପତି ହରିଶ ଟଣ୍ଡନ, ଓ ହାଇକୋର୍ଟ ର ବିଚାରପତି, ତଥା ପୁରୀ ଜିଲ୍ଲା ଜଜ ସେକସନ ର ପ୍ରଶାସନିକ ଅଧିକାରୀ କେ, ଆର,ମହାପାତ୍ର ଙ୍କ ଦ୍ଵାରା ମଙ୍ଗଳବାର ଦିନ ଆଭାସି ମାଧ୍ୟମ ରେ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦ୍ଘାଟିତ ହୋଇ ଯାଇ ଅଛି l ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥୁବାଅସ୍ତରଙ୍ଗ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏଥିରେ ସିଭିଲ କୋର୍ଟ ପୁରୀ ର ରେଜିଷ୍ଟର ସୌମରଞ୍ଜନ ସାହୁ,ଏ ଡ଼ି, ଜେ-ନିମାପଡା ର ବିଚାରପତି ସୌମକାନ୍ତ ମହାପାତ୍ର,,ଓଡିଶା ହାଇ କୋର୍ଟ ର ମୁଖ୍ୟ ବିଚାରପତି ଙ୍କ ଏଲ, ସି, ଡ଼ି ମାଧ୍ୟାମ ରେ ଉଦଘାଟଣୀ ବ୍ୟକ୍ତବ ଆରମ୍ଭ ହେବା ମାତ୍ରେ, ଫଳକ କୁ ଲୋକାର୍ପଣ କରିଥିଲେ l ଅସ୍ତରଙ୍ଗ କୋର୍ଟ ର ବିଚାରପତି ସୁଧାବାଇ ଅଗ୍ର୍ରୱାଲା, ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶିନୀ ପତି, ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା, ଙ୍କ ସମେତ, ଜିଲ୍ଲାର ଅତିରିକ୍ତ ଏ ପି, ବିଭାଗୀୟ କର୍ମଚାରି, ଓକିଲ, ଗଣ ମାଧ୍ୟମ ପ୍ରତିନିଧି ପୋଲିସ କର୍ମଚାରୀ ପ୍ରଭୁତି ଉପସ୍ଥିତ ଥିଲେ l ଏହି କୋର୍ଟ ଅଧୀନରେ ଅସ୍ତରଙ୍ଗ ଥାନା ଓ ମେରାଇନ ଥାନା ନୂଆଗଡ଼, କାର୍ଯ୍ୟ କରିବାକୁ ଥିବାବେଳେ, ଏହିପରି ଆଉ ଏକ ଅଦାଲତ କାକଟପୁର ବ୍ଲକ ନିକଟରେ ମଙ୍ଗଳବାର ଦିନ କାର୍ଯ୍ୟ କ୍ଷମ ହୋଇ ଅଛି l
ରାଜ୍ୟ
ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ଅଦାଲତ ଉଦ୍ଘାଟିତ l
- Hits: 130