ଜଗତିଂହପୁରରେ ତା ୨୨.୦୭.୨୦୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ଚାନ୍ଦଗଡ଼ରେ ଗଣ ଦୁଷ୍କର୍ମ । ଗୋପାଳପୁର, ବାଲେଶ୍ଵର ,ବଳଙ୍ଗା ପରେ ଏବେ ଜଗତସିଂହପୁରରେ ଘଟି ଯାଇଛି ଏଭଳି ଏକ ଘଟଣା । ଜଗତସିଂହପୁର ଜିଲ୍ଲା ସଦର ଥାନା ଚାନ୍ଦଗଡ଼ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ସୋମବାର ରାତି ୮ ଟା ସମୟରେ ସାଙ୍ଗର ଘରକୁ ଜନ୍ମଦିନର କେକ କାଟିବାକୁ ଯାଇ କେକ କାଟି ସାରି ସାଙ୍ଗ ସହ ଫେରୁଥିବା ସମୟରେ ଅଧ ବାଟରେ ଦୁଇଜଣ ଦୁବୁର୍ତ ଏକ ନିଛାଟିଆ ଜାଗାକୁ ଟେକି ନେଇଥିଲେ ପିଡିତାକୁ ଓ ପରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ । ପିଡିତା ଯେକୌଣସି ପ୍ରକାରେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲା ଓ ଘରେ ବେହୋସ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଘରଲୋକେ ପିଡିତାକୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପିଡିତା ଗୁରୁତର ଅବସ୍ଥାରେ ମୁଖ୍ୟଚିକିତ୍ସାଳୟରେ ଚିକିଶ୍ଚିତ ହେଉଥିବା ସମୟରେ ପିଡିତାର ବାପା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ଉପରେ ନଜର ରଖି ତଦନ୍ତ ଆରମ୍ବ କରିଛନ୍ତି । ପରେ ମୁଖ୍ୟଚିକିତ୍ସାଳୟରେ ଜଗତସିଂହପୁର ବିଧାୟକ , ଏସପି ପହଞ୍ଚି ପିଡିତାର ସ୍ୱାସ୍ଥଅବସ୍ଥା ସମ୍ପର୍କରେ ବୁଝୁଥିବା ଦେଖିବାକୁ ମିଳିଛି ।
ରାଜ୍ୟ
ଜଗତସିଂହପୁର ଚାନ୍ଦଗଡ଼ରେ ଗଣଦୁଷ୍କର୍ମ
- Hits: 16