ହେଡଲାଇନସ୍:

ଓଡ଼ଗାଁ ସାମ୍ବାଦିକ ସଂଘର ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସାମ୍ବାଦିକ ସଂଘ, ଓଡ଼ଗାଁର ୪ର୍ଥ ପ୍ରତିଷ୍ଠା ଦିବସ ଶୁକ୍ରବାର ଦିନ ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମ୍ପାଦକ, ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର କୁମାର ତ୍ରିପାଠୀ, ରାମକୃଷ୍ଣ ପରିଡ଼ା, ଫକିର ମହାରଣା, ସୁନିଲ ପଟ୍ଟନାୟକ, ଜୟକୃଷ୍ଣ ସାହୁ, ରିପନ ପଣ୍ଡା, ଦୀନବନ୍ଧୁ ମହାପାତ୍ର, ମାନଙ୍କ ମଙ୍ଗରାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ୨୦୨୧ ରୁ ୨୫ ପର୍ଯ୍ୟନ୍ତ ସଂଘ ଅନେକ ଘାତ ପ୍ରତିଘାତ ଦେଇ ଆଗେଇ ଚାଲିଥିବା ବେଳେ ଭବିଷ୍ୟତରେ ଯେକୌଣସି ସମସ୍ୟାକୁ ସାମ୍ନା କରିବା ପାଇଁ ସମସ୍ତେ ଏକତ୍ରିତ ହୋଇ ରହିବା ପାଇଁ ସଭ୍ୟମାନେ ମତପୋଷଣ କରିଥିଲେ । ଏବଂ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ କଟାଯାଇ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠାତା ଉତ୍ସବ ପାଳନ କରାଯାଇଥିଲା ।

0
0
0
s2sdefault