ହେଡଲାଇନସ୍:

୭କି. ଗ୍ରା ଗଞ୍ଜେଇ ଜବତ ଆସାମୀ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାସୁଦେବପୁର : ଭଦ୍ରକ ଜିଲ୍ଲା ଅବକାରୀ ଅଧିକ୍ଷକ ନରତ୍ତମ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ରେଞ୍ଜ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ତତ୍ତ୍ଵାବଧାନରେ OIC, ନଟବର ମଲ୍ଲିକ, ଓ ଷ୍ଟାପ ସୁମନ୍ତ କୁମାର ମହାନ୍ତ,ଖଗେଶ୍ବର ଜେନା,ସୁଭଦ୍ରା ବାରିକ୍,ମନରଞ୍ଜନ ରଣା,ସଦଳବଳେ ବାସୁଦେବପୁର, ବେତଡା ମାର୍କେଟରେ ବିଶେଷ ସୁତ୍ରରୁ ଖବର ପାଇ ଜଗିରହିଥିଲେ ।ଆସାମୀ - ଅଟଳ ବିହାରୀ ପଣ୍ଡା ,ଗ୍ରାମ - ଚନ୍ଦନପୁର ଏକ ଜରି ବସ୍ତା ମଧ୍ୟରେ ୭ (ସାତ) କେ .ଜି ଗଞ୍ଜେଇଧରି ଯାଉଥିବା ବେଳେ ସଦଳ ବଳେ ଆସାମୀକୁ କାବୁ କରିଥିଲେ ।ଆସାମୀ ନେଇ ଯାଉଥିବା ଗଞ୍ଜେଇ ର ମୂଲ୍ୟ -୭୦,୦୦୦ ଆସାମୀକୁ ୭୫/୨୫-୨୬ କେସ୍ ନମ୍ବର ରେ ଜାରି ହେବା ପରେ କୋର୍ଟ ଚାଲାଣ କରାଗଲା।

0
0
0
s2sdefault