ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ). ପୂର୍ବତନ ସରପଞ୍ଚ ଙ୍କୁ ବିଚ୍ ରାସ୍ତା ରେ ଗୋଡାଇ ଗୋଡାଇ ହାଣିଲେ l ଏଭଲି ଲୋମହର୍ଷକlରି ଘଟଣା ଘଟିଛି ରାମପୁର ଥାନା ପଣ୍ଡରାପାଳି ଗ୍ରାମ ନିକଟରେ l ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ଗଜବନ୍ଦ ଗ୍ରାମପଂଚାୟତ ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ର ସରପଞ୍ଚ ବାସନ୍ତୀ ଖେତି ଙ୍କ ସ୍ଵାମୀ ବଲ୍ଲଭ ଖେତି ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଘଟଣା ସ୍ଥଲୁ ଫେରାର ମାରିଛନ୍ତି l ତାଙ୍କୁ ଗୁରୁତର ଅବସ୍ତାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l ସୂଚନ ଅନୁଯାୟୀ ଗଜବନ୍ଦ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ବଲ୍ଲଭ ଖେତି କୌଣସି କାମ ସାରି ଘରକୁ ଫେରୁଥିବା ବେଳେ ପଣ୍ଡରାପାଳି ନିକଟରେ ଚାରି ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ l ସ୍ତାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ତାରେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ଏଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l ପରିବାର ଲୋକଙ୍କ କହିବା ଅନୁସାରେ କାଣ୍ଡ ଭିଆଇଥିବା ଦୁର୍ବୃତ୍ତ ଓ ମୃତ ପୂର୍ବତନ ସରପଞ୍ଚ ଙ୍କ ମଧ୍ୟ ରେ ଜମିବାଡି କୁ ନେଇ ଅନେକ ବାର ଗଣ୍ଡଗୋଳ ହୋଇଆସୁଥିଲା l ଘଟଣା ସ୍ଥଳକୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଂଚିଥିଲେ |ସେଠାରୁ ରକ୍ତ ନମୁନା, ଚକପ, ମାଟି ସାଇଣ୍ଟିଫିକ ଟିମ ସଂଗ୍ରହ କରିଛନ୍ତି |ହତ୍ୟା କରାଯାଇଥିବା ସ୍ଥାନରେ ସୋନପୁର ଏସଡିପିଓ ପ୍ରତାପ କୁମାର ତ୍ରିପାଠୀ, ରାମପୁର ଥାନା ଅଧିକାରୀ ପଦ୍ମାସିନି ମେହେର ଓ ପୋଲିସ ଫୋର୍ସ ମୁତୟନ ଥିଲେ l ଏହି ଘଟଣାକୁ ନେଇ ଦୁଇ ଜଣକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
ରାଜ୍ୟ
ପୂର୍ବତନ ସରପଞ୍ଚ ଙ୍କୁ ହତ୍ୟା ରାସ୍ତା ରେ ହାଣିଲେ ଦୁର୍ବୁତ୍ତ, ଥାନାରେ ୨ଅଟକ
- Hits: 236