ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସ୍ଵର୍ଣ୍ଣକ୍ଷତ୍ର ଦିବସ ୨୫ ଜୁଲାଇ ୨୦୨୫ରେ ପାଳନ ଉପଲକ୍ଷେ ଚଳିତବର୍ଷ ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ପ୍ରତିଯୋଗିତା ତଥା ପ୍ରବନ୍ଧ , ବକୃତା , କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଇତ୍ୟାଦି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକର ଉକ୍ତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।
କନିଷ୍ଠ ବର୍ଗ ବକ୍ତୃତା ରେ ପାରଳାଖେମୁଣ୍ଡି ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅପସନ ପାଣି ପ୍ରଥମ , ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନରେ ରାୟଗଡ ବ୍ଲକ କରଡାସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁଷ୍ପାଞ୍ଜଳି ଗୌଡ ପ୍ରଥମ , ପ୍ରବନ୍ଧରେ ଗୋଷାଣୀ ବ୍ଳକର ନୂଆ କେରାଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭଗବାନ ଜେନା ପ୍ରଥମ , କବିତା ଆବୃତ୍ତି ରେ ପାରଳାଖେମୁଣ୍ଡି ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଯସ୍ମିନ ବରାଡ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବର୍ଗ ବକ୍ତୃତାରେ ପାରଳାଖେମୁଣ୍ଡି ଡ଼. ସତ୍ୟ ନାରାୟଣ ରାଜଗୁରୁ ପ୍ରାଥମିକ ବିଦ୍ୟାଳୟର ଦୀପିକା ବିଶ୍ବାଳ ପ୍ରଥମ , ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ରେ କାଶିନଗର ବ୍ଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଆଦର୍ଶ ନଗର , ବାଡ଼ିଗାଁ ର ଲିଙ୍ଗରାଜ ଦୋରା ପ୍ରଥମ , ପ୍ରବନ୍ଧରେ ଗୋଷାଣୀ ବ୍ଲକର ଚନ୍ଦ୍ରିକା ଶବର ପ୍ରଥମ , କବିତା ଆବୃତ୍ତି ରେ ରାୟଗଡ ବ୍ଲକ କରଡାସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁନେନା ଶବର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି।
ପ୍ରତ୍ୟେକ ବିଭାଗରେ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ଆଜିର ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ କନିଷ୍ଠ ବର୍ଗ ଆସନ୍ତା ୧୩ ଜୁଲାଇ ୨୦୨୫ ଓ ବରିଷ୍ଠ ବର୍ଗ ଆସନ୍ତା ୨୦ ଜୁଲାଇ୨୦୨୫ ତାରିଖରେ ଅଂଶ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବରିଷ୍ଠ ନାଗରିକ ତଥା - ସେବା ନିବୃତ୍ତ ସରକାରୀ ପ୍ରଶାସକ , ଶ୍ରୀ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସୁଶ୍ରୀ ଶ୍ୱେତା ପଟ୍ଟନାୟକ, ଅଧ୍ୟାପିକା , ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ , ଡ଼. କଲ୍ୟାଣୀ ମିଶ୍ର , ଅଧ୍ୟାପିକା , ସ୍ନାତକ ମହିଳା ମହାବିଦ୍ୟାଳୟ ପାରଳାଖେମୁଣ୍ଡି , ଶ୍ରୀ ମନୋଜ ପଟ୍ଟନାୟକ , ଅଧ୍ୟକ୍ଷ , ବିନୋଦିନୀ କନିଷ୍ଠ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଡ଼.ଭାରତୀ ପାଣିଗ୍ରାହୀ , ଅଧ୍ୟାପିକା , ସ୍ନାତକ ମହିଳା ମହାବିଦ୍ୟାଳୟ ପାରଳାଖେମୁଣ୍ଡି , ଡ଼. ଚାରୁପ୍ରଭା ନାୟକ , ପ୍ରୋଫେସର ଓଡ଼ିଆ ବିଭାଗ , ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଶାସିତ ମହାବିଦ୍ୟାଳୟ , ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ , ଶିକ୍ଷକ ଗୁମ୍ମା , ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ , ସେବା ନିବୃତ୍ତ ଶିକ୍ଷକ ଓ ଶ୍ରୀ ଶଶି ଭୂଷଣ ପଟ୍ଟନାୟକ , ସେବା ନିବୃତ୍ତ ସରକାରୀ ଶିକ୍ଷକ ପ୍ରମୁଖ ବିଚାରକ ମଣ୍ଡଳୀ ପ୍ରତିଯୋଗିତାର କାର୍ଯ୍ୟ ସମ୍ପାଦନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବିଭାଗୀୟ କର୍ମଚାରୀ ଶ୍ରୀ ମନୋଜ ଲିମ୍ମା ସହଯୋଗ କରିଥିଲେ।
ରାଜ୍ୟ
ଓଡିଶା ସାହିତ୍ୟ ଏକାଡେମୀ ସ୍ବନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା
- Hits: 51