ଜଗତସିଂହପୁର,ତା-୧୧.୦୭. ୨୦୨୫/ସୁମନ୍ତ କୁମାର ଦାସ: ଘର ଲୋକଙ୍କ ଅଗୋଚରରେ ଚାକିରୀରୁ ଛୁଟିରେ ଆସି ଆଠ ଦିନ ତଳେ ମନ୍ଦିରରେ ବିବାହ କରିଥିଲା ପୁଅ । ଗତକାଲି ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ପରେ ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତୁମ୍ବା ଅଂଡେଇ ସାହି ଗାଁରେ । ଆରପଟେ ପୁଅ ଘର ଲୋକଙ୍କୁ ନଜଣାଇ ବିବାହ କରିଥିବାରୁ ଘର ଲୋକେ ଏହି ବିବାହକୁ ସ୍ବୀକାର କରୁନଥିବାରୁ ଆଉ ଏକ ବିବାଦ ସୃଷ୍ଟି ହୋଇଛି । ନାଉଗାଁ ଥାନା ଅରଖକୂଦ ଗାଁର ପ୍ରକାଶ ଚନ୍ଦ୍ର ନାୟକଙ୍କ ପୁଅ ପ୍ରଭାସ ନାୟକ ଗତ 7 ବର୍ଷ ତଳେ ଆର୍ମି ରେ ଚାକିରୀ କରିଥିଲେ । ଗତ ତିନି ତାରିଖରେ ପ୍ରଭାସ ଚାକିରୀରୁ ଛୁଟିରେ ଆସି ତୁମ୍ବା ଅଂଡେଇ ସାହି ଗାଁର ଜନୈକା ଯୁବତୀଙ୍କୁ ଏକ ମନ୍ଦିରରେ ପ୍ରେମ ବିବାହ କରିଥିଲେ । ହେଲେ ଏ ବାବଦରେ ତାଙ୍କର ଘର ଲୋକଙ୍କୁ ଅବଗତ କରାଇ ନଥିଲେ । ଗତକାଲି ନିଜର ଶାଳକ କୁ ନେଇ ବାଇକ ଯୋଗେ ଶଶୁର ଘରକୁ ଫେରୁଥିବା ବେଳେ ବସନ୍ତପୁର ନିକଟରେ ତାଙ୍କ ବାଇକ କୁ ଏକ ଟାଟା ମେଜିଗ ଧକା ଦେଇଥିଲା । ଫଳରେ ଉଭୟ ଶଳା ଭିଣୋଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ପୁଅ ବିବାହ କରିଥିବାର ତାଙ୍କ ବାପା ମାଆ ଜାଣି ନଥିବାର କହିଥିବାବେଳେ ଏହାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି ।
ରାଜ୍ୟ
ପାଦରୁ ଅଳତା ଛାଡ଼ିନି, ମଥାରୁ ଲିଭିଗଲା ସିନ୍ଦୁର
- Hits: 88