ହେଡଲାଇନସ୍:

୩ ଆନ୍ତଃରାଜ୍ୟ ଲୁଟେରା ସମେତ ୫ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ)  ୩ ଆନ୍ତଃରାଜ୍ୟ ଲୁଟେରା ସମେତ ୫ ଜଣଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ।  ପ୍ରକାଶ ଯେ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଥାନା ଅଞ୍ଚଳରେ ସୁନା ରୁପା ଅଳଙ୍କାର ଲୁଟ ଆଦି ଅନେକ ମାମଲା ନଜରକୁ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍. ପି.ଙ୍କ ନିର୍ଦ୍ଦେଶ କ୍ରମେ ବଡ଼ବିଲ ଏସ୍. ଡି. ପି. ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା l ତେବେ ଏଥିରେ ଏକ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଡ଼ବିଲ ପୋଲିସର ଦୁଇଟି ଟିମ ଝାଡ଼ଖଣ୍ଡ ପ୍ରଦେଶର ପଶ୍ଚିମ ସିଂହଭୂମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ। ପୋଲିସ ଦ୍ୱାରା କରାଯାଇଥିବା ଏହି ଅପରେସନରେ ୩ ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ  କରାଯାଇଛି। ଏଥି ସହିତ ସେମାନଙ୍କ ଠାରୁ ଚୋରା ସାମଗ୍ରୀ କିଣୁଥିବା ୨ ଜଣ ଅଳଙ୍କାର ଦୋକାନୀକୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ଥାନା ଅଞ୍ଚଳର ରାଜେନ୍ଦ୍ର ପିଙ୍ଗୁଆ(୩୨), ଦୀପକ ଗୋପ (୩୦) ଓ ଜଗନ୍ନାଥପୁର ଥାନା ଅଞ୍ଚଳର ସରୋଜ କେଶରୀ(୩୨)l ରାଜେନ୍ଦ୍ର ନାମରେ ଯୋଡ଼ା, ବଡ଼ବିଲ, ଚମ୍ପୁଆ ଓ ଝାଡ଼ଖଣ୍ଡ ପ୍ରଦେଶ ହାଟଗମାରିହା ଥାନାରେ ୧୦ ଟି ମାମଲା, ସରୋଜ ନାମରେ ଯୋଡ଼ା ଓ ବଡ଼ବିଲ ଥାନାରେ ୮ଟି ମାମଲା ଓ ଦୀପକ ନାମରେ ଯୋଡ଼ା, ବଡ଼ବିଲ ଓ ଚମ୍ପୁଆ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଜଣାପଡିଛି। ଏମାନଙ୍କ ଠାରୁ ଚୋରା ଅଳଙ୍କାର କିଣୁଥିବା ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମି ବାଗବେଡା ଥାନା ଅଞ୍ଚଳର ଶିବ ପ୍ରକାଶ ପ୍ରସାଦ ଓ ରାଜେନ୍ଦ୍ର ପ୍ରସାଦ। ଏମାନଙ୍କ ଠାରୁ ୩ କି.ଗ୍ରା ୬୮୧ ଗ୍ରାମ ଓଜନ ର ରୁପା ଗହଣା, ୨୯ ଗ୍ରାମ ୨୭ ମିଲିଗ୍ରାମ ଓଜନର ସୁନା ଗହଣା ଓ ଏକ ବାଇକ  (ଜେ.ଏଚ୍. ୦୫. ବି ଏନ୍. ୯୨୬୬) ଜବତ ହୋଇଥିବା ବଡ଼ବିଲ ଏସ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ପ୍ରକାଶ କରିଛନ୍ତି l

0
0
0
s2sdefault