ହେଡଲାଇନସ୍:

ବସନ୍ତପୁର ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣିମା ମହୋତ୍ସବ ପାଳିତ (ଫଟୋ)

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗରଦପୁର- ଆଜି ଥିଲା ଗୁରୁ ପୂର୍ଣ୍ଣିମା । ଏହି ଅବସରରେ ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ର ବସନ୍ତପୁର ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଶିରିଡ଼ି ସାଇ ମନ୍ଦିରରେ ଗୁରୁପୂର୍ଣିମା ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ସକାଳ ୫.୩୦ ରେ କାକଡ଼ ଆରତି, ସକାଳ ୬.୩୦ ରେ ବାବାଙ୍କ ସ୍ନାନ ଆରତି,ସକାଳ ରେ ମହାଭିଷେକ ପୂଜା, ହୋମ ଓ ମଧ୍ୟାହ୍ନ ଆରତି ଅନୁଷ୍ଠିତ ହୋଇଥିଲା । ଏହି ଗୁରୁପୂର୍ଣିମା ମହୋତ୍ସବ ରେ ପୂର୍ତ ବିଭାଗ ଅତିରିକ୍ତ ସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ ଓ ଗରଦପୁର ବ୍ଲକ୍ ର ବିଡ଼ିଓ ଆଲୋକ ରଂଜନ ସେଠି ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଟ୍ରଷ୍ଟର ସମ୍ପାଦକ ସୁନୀଲ କୁମାର ମହାନ୍ତି ,ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ସାମ୍ବାଦିକ ଧିରେନ୍ ମିଶ୍ର , ସାମ୍ବାଦିକ ଉମାକାନ୍ତ ପାତ୍ର  ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଗୁରୁ ପୂର୍ଣ୍ଣିମା ରେ ଶ୍ରୀ ଶ୍ରୀ ବାବାଙ୍କ ଆଶିର୍ବାଦ କାମନା କରିଥିଲେ । ଶିରିଡ଼ି ସାଇ ଟ୍ରଷ୍ଟ ପକ୍ଷରୁ ନଳିନୀ କାନ୍ତ ମହାନ୍ତି, ଚଣ୍ଡୀ ପ୍ରସାଦ ମହାନ୍ତି, କମଳ ମହାନ୍ତି ପ୍ରମୁଖ ମହୋତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ମନ୍ଦିର ପରିଚାଳନା ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଡ଼ ରୁଦ୍ର ମହାନ୍ତି ସମସ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପୂର୍ତ ବିଭାଗ ଅତିରିକ୍ତ ସଚିବ ଶ୍ରୀମତୀ ନାୟକ ଓ ବିଡ଼ିଓ ଶ୍ରୀ ସେଠିଙ୍କୁ ପୁଷ୍ପ ମାଲ୍ୟ, ବାବାଙ୍କ ଅଙ୍ଗବସ୍ତ୍ର,ବାବାଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ସୁସ୍ୱାଦୁକର ପ୍ରସାଦ ବିତରଣ କରାଯାଇଥିଲା ।

0
0
0
s2sdefault