ହେଡଲାଇନସ୍:

ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଗୃହ ଉଦଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ସହର ସ୍ଥିତ ପ୍ରକୃତି ବିହାର ଅଞ୍ଚଳରେ ନୂତନ ନିର୍ମିତ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟାଳୟ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ଏହି ଶୁଭ ଅବସରରେ ସ୍ଥାନୀୟ ବିଡ଼ିଓ ସରୋଜ ବିଶ୍ୱାଳ, ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି,ଜ଼ିଲ୍ଲା ପରିଷଦ ସୁଶାନ୍ତ ଗଡ଼ତିଆ ଏସାଇ ଜଗା ବରିହାପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟ ସରକାରଙ୍କ ଦୁଇକୋଟି ଟଙ୍କା ଅନୁଦାନରେ ନିର୍ମିତ ଏହି କାର୍ଯ୍ୟାଳୟ ଗୃହ ଉଦଘାଟନ ଅବସରରେ ସମ୍ମାନନୀତ ଅତିଥି ଭାବେ ବରଗଡ ଜିଲ୍ଲା ପ୍ରୋଜେକ୍ଟ ଡାଇରେକ୍ଟର ଲଲାଟ କୁମାର ଲୁହା,ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ, ଅଧ୍ୟକ୍ଷା ଶ୍ରୀମତୀ ସୀତା ବାରିକ, ସୁଶ୍ରୀ ପ୍ରିୟଙ୍କା ବେହେରା ପୈାର ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର,ଅଜୟ କୁମାର ପାତ୍ର ସହକାରୀ ଯନ୍ତ୍ରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର ଯୋଗଦାନ କରିଥିଲେ।ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁର କାଉନସିଲର ସମାରି ମେହେର,ସୁଦେବୀ ଭୋଏ, ହରିପ୍ରୀୟା ଭୋଏ,ହରି ବିଶ୍ୱାଳ, ଦିପକ ପାଣିଗ୍ରାହୀ, ପ୍ରଶାନ୍ତ ପଧାନ, ପଦ୍ମିନୀ ଲୁହା, ଇଲାବତୀ ପଧାନ, ରେଣୁକା ସାହୁ,ରାଜୁ ଅଦାବର ଉପସ୍ଥିତ ଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ବୃନ୍ଦଙ୍କ ସହଯୋଗରେ ଉଦଘାଟନୀ ଉତ୍ସବ ସୁଚାରୁରୂପେ ସମ୍ପାଦନା ହୋଇ ଯାଇଛି।

0
0
0
s2sdefault