ହେଡଲାଇନସ୍:

ଚିଲିକା ତହସିଲ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକା:(ସେକ କୌସର): ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲି ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଛ ଆମ ଜୀବମ, ଗଛ ବଞ୍ଚିଲେ ଆମେ ବଞ୍ଚିବା । ଏହି ନାରା ନେଇ ଆଜି ଚିଲିକା ତହସିଲଦାର କାହ୍ନୁ ଚରଣ ଘଡ଼ାଇ , ଆଡ଼ିସିନାଲ ତହସିଲଦାର ବିଷ୍ଣୁପ୍ରିୟା ବେହେରା , ଅତିରିକ୍ତ ପୁରୀର ପୂର୍ବତନ ଏଡିଏମ ସୁକାନ୍ତ ପ୍ରଧାନ ସମେତ ଚିଲିକା ତହସିଲ ସମସ୍ତ କର୍ମଚାରୀ ମିଳିତ ସହଯୋଗରେ ଆଜି ବୃକ୍ଷ ରୋପଣ କରାଯାଇଅଛି । ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲାର ଅତିରିକ୍ତ ଏଡିଏମ ସୁକାନ୍ତ ପ୍ରଧାନ ଯୋଗ ଦେବା ସହିତ ଲାଗିଥିବା ଗଛକୁ ସମ୍ପୂର୍ଣ୍ଣ ଭାବେ ଦାୟିତ୍ବ ନେବା ଶପଥ ନେଇଛନ୍ତି । ଏହି ଗଛ ଛୋଟରୁ ବଡ଼ ହେଲା ପରେ ଗଛର କାଠକୁ ପୁରୀ ଜଗନ୍ନାଥଙ୍କ ନିକଟରେ ଲାଗିବ ବୋଲି କହିଛନ୍ତି । ଆଜି ଗୁରୁପୂର୍ଣ୍ଣିମା ହୋଇଥିବାରୁ ବଉଳ ଗଛ ଲଗାଯିବା ସହ ଅନ୍ୟାନ୍ୟ ଗଛ ଚିଲିକା ତହସିଲ ପରିସରରେ ଲଗା ଯାଇଅଛି ।

0
0
0
s2sdefault