ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରାପଲି ଗ୍ରାମ ନିକଟରେ ଏକ ତେଲ ବୋଝେଇ ଟ୍ୟାଙ୍କର୍ ଓଲଟି ପଡିବା ଫଳରେ ପାଞ୍ଚ ଘଣ୍ଟା ଧରି ରାସ୍ତା ବନ୍ଦ ହୋଇଯାଇଥିଲା I ସୂଚନା ପ୍ରକାରେ ଆଜି ପାରାଦୀପରୁ ନାୟାରା କମ୍ପାନିର ୨୫୦୦୦ ଲିଟର୍ ତେଲ ନେଇ OD04N4230 ନମ୍ଵର୍ ବିଶିଷ୍ଟ ଏକ ଟ୍ୟାଙ୍କର୍ ଦାରିଙ୍ଗବାଡ଼ି ଅଭିମୁଖେ ଯାଉଥିଲା I ଦିନ ଏଗାରଟା ସମୟରେ କେଶରାପଲି ନିକଟରେ ଟ୍ୟାଙ୍କର୍ ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା I ଫଳରେ ରାସ୍ତା ସାରା ତେଲ ଭାସିବା ସହିତ ରାସ୍ତାଟି ଏକ ପ୍ରକାର ଅବରୋଧ ହୋଇପଡ଼ିଥିଲେ I ଦୁଇ ଚକିଆ ଯାନ ବ୍ଯତୀତ ଆଉ କୌଣସି ଗାଡ଼ି ଯିବାଆସିବା କରି ନପାରି ଉଭୟ ପାର୍ଶ୍ଵରେ ଅଟକି ରହିଥିଲା I ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରିଥିଲା I ସନ୍ଧ୍ୟା ପାଞ୍ଚଟା ପରେ ଟ୍ୟାଙ୍କର୍ କୁ ରାସ୍ତା ଉପରୁ ହଟାଯିବା ପରେ ଯାତାୟତ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି I ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇ ନାହାଁନ୍ତି I
ରାଜ୍ୟ
ରାସ୍ତାରେ ଓଲଟିଲା ତେଲ ଟ୍ୟାଙ୍କର୍
- Hits: 63