ହେଡଲାଇନସ୍:

ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା, ୧୦/୭; ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ବାଫ୍ଲିମାଳି ଖଣିକୁ ପଞ୍ଚତାରକା ରେଟିଂ ସମ୍ମାନ ମିଳିଛି । ରାଜସ୍ଥାନ ଜୟପୁର ଠାରେ ଆୟୋଜିତ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ )ର ବାର୍ଷିକ କାର୍ଯ୍ୟକ୍ରମରେ ବାଫ୍ଲିମାଳି ବକ୍ସାଇଟ ଖଣିକୁ ବହୁ ପ୍ରତିକ୍ଷିତ ପଞ୍ଚତାରକା ରେଟିଂ ସମ୍ମାନ ପ୍ରଦାନ ହୋଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ଉତ୍କଳ ଆଲୁମିନା ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନ, ଭୂତତ୍ୱ ମୁଖ୍ୟ କେ.ସି ଜ୍ୟୋତିସିଙ୍କ ସମେତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ଅନ୍ୟ ପ୍ରମୁଖ କର୍ମକର୍ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ୨୦୨୩- ୨୦୨୪ ମସିହାରେ ବାଫ୍ଲିମାଳି ଖଣି କଞ୍ଚାମାଲ ଉତ୍ତୋଳନ ଓ ପରିବହନ ପ୍ରକ୍ରିୟାରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବା ସହ ପରିବେଶ ସୁରକ୍ଷା ଓ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଦିଗରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବାରୁ ମର୍ଯ୍ୟାଦା ସମ୍ପନ୍ନ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ବାଫ୍ଲିମାଳି ଖଣି ମୁଖ୍ୟ ବିଜୟ ଚୌହାନ କହିଛନ୍ତି ଯେ, ଏଭଳି ସମ୍ମାନ ଆଗାମୀ ଦିନରେ ବାଫ୍ଲିମାଳି ଖଣି କର୍ମଚାରୀମାନଙ୍କୁ ସମାଜିକ ଓ ପରିବେଶ ସୁରକ୍ଷା ପ୍ରତି ଆହୁରି ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବା ପାଇଁ ଉତ୍ସହ ଯୋଗାଇବ । ଆଗାମୀ ବର୍ଷରେ ସପ୍ତମ ତାରକା ରେଟିଂ ପୁରସ୍କାର ହାସଲ ପାଇଁ ଖଣି ତରଫୁର ସମସ୍ତ ମାନଦଣ୍ଡ ପାଳନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଚୌହାନ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ବାଫ୍ଲିମାଳି ଖଣି ସମେତ ଭୂଷର ଏବଂ ସମରୀ ଖଣିକୁ ମଧ୍ୟ ପଞ୍ଚତାରକା ପୁରସ୍କାର ପ୍ରଦାନ କରାଯାଇଛି । ଯଦ୍ୱାରା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଦାଇତ୍ୱ ସମ୍ପନ୍ନ ସଂସ୍ଥା ଭାବେ ସମସ୍ତ ପରିବେଶ ଓ ସୁରକ୍ଷା ମାନଦଣ୍ଡକୁ ଅନୁସରଣ କରି ଖଣି ଉତ୍ତୋଳନ କରୁଥିବା ପ୍ରତିଫଳନ ହୋଇଛି ।

0
0
0
s2sdefault