୨ ଶ୍ରେଣୀକୁ ଜଣେ ଶିକ୍ଷକରେ ଚାଲିଛି ପାଠପଢା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଘଷାଦେଇପୁର ସଂଗ୍ରାମୀ କାଶି ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ରହିଥିବାରୁ ଶିକ୍ଷାଦାନ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ବିଶେଷକରି ଏଠାରେ ପ୍ରଧାନଶିକ୍ଷକ ରୁପେ କାର୍ଯ୍ୟକରୁଥିବା ମିହିର କୁମାର ଷଡଙ୍ଗୀ ଗତ ୩୧.୦୫.୨୦୨୫ ରେ ଅବସର ଗ୍ରହଣ କରିବା ଠାରୁ ସମସ୍ୟା ଉପୁଜିଛି । ଏକମାତ୍ର ବିଜ୍ଞାନ ବିଭାଗ ଶିକ୍ଷକ ସୂର୍ଯ୍ୟକାନ୍ତ ଶତପଥୀ ବିଦ୍ୟାଳୟର ସମସ୍ତ ଦାୟିତ୍ବ ତୁଲାଉଥିବା ବେଳେ ଶ୍ରେଣୀ କକ୍ଷ ଶିକ୍ଷାଦାନ ସଠିକ୍ ଢଙ୍ଗରେ ହେଇ ପାରୁ ନାହିଁ । ଜଣେ କଳା ବିଷୟଭିତିକ ଶିକ୍ଷକ ଯୋଗାଇ ଦେବା ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ମାନେ ଦାବି କରିଛନ୍ତି । ସୂଚନା ଥାଉକି ୧୯୯୬ ମସିହା ଠାରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ୨୦୦୪ ମସିହା ଠାରୁ ସରକାରୀ ଅନୁଦାନ ପାଇ ଆସୁଅଛି । ୬ଷ୍ଠ ଓ ୭ମ ଦୁଇଟି ଶ୍ରେଣୀ ପାଇଁ ଜଣେ ବିଷୟ ଭିତିକ(କଳା )ଶିକ୍ଷକ ଏବଂ ଅନ୍ୟ ଜଣେ ବିଜ୍ଞାନ ଶିକ୍ଷକ ଶିକ୍ଷାଦାନ କରିଆସୁଥିଲେ ।

0
0
0
s2sdefault