ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )୦୪/୦୭/୨୫ ବର୍ତ୍ତମାନ ଖରିଫ ଋତୁ ପାଇଁ ଚାଷ କାର୍ଯ୍ୟ ଆରମ୍ଭ ହେଲାଣି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଚାଷୀ ଏଥି ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଚାଷ କାର୍ଯ୍ୟ ର ବିଭିନ୍ନ ଅଭିଯୋଗ ଓ ସହାୟତା ପାଇଁ ଚାଷୀ ମାନଙ୍କୁ ବ୍ଲକ କୃଷି କାର୍ଯ୍ୟାଳୟ ରେ କୃଷି ସହାୟତା କେନ୍ଦ୍ରରେ ସହାୟତା ଆବଶ୍ୟକ ଥିବା ବେଳେ ଏଠାରେ ଦିନ ୧୨ ଘଣ୍ଟ ପର୍ଯ୍ୟନ୍ତ କାର୍ଯ୍ୟାଳୟ ର ତାଲା ଖୋଲା ଯାଉ ନାହିଁ। ଅଫିସ ରେ ଜଣେ ହେଲେ କର୍ମଚାରୀଙ୍କ ଦେଖା ନ ଥିବା ବେଳେ ଜଣେ ପିଅନ ଅଫିସ କୁ ଜଗି ରହିଛି। ଡାବୁଗାଁ ବ୍ଲକ କୃଷି କାର୍ଯ୍ୟାଳୟ ରେ ଜଣେ କୃଷି ଅଧିକାରୀ , ୫ ଜଣ ଓଭରସିଅର ସହ କ୍ଷେତ୍ର କର୍ମଚାରୀ ରହିଛନ୍ତି। ବର୍ତ୍ତମାନ କୃଷି କାର୍ଯ୍ୟ ସମୟ ରେ ଚାଷୀ ଙ୍କୁ ବିଭିନ୍ନ ସହାୟତା ପାଇଁ କୃଷି କାର୍ଯ୍ୟାଳୟ କୁ ଆସିବା କୁ ପଡୁଛି।କେଉଁ ଜମିରେ କେଉଁ ଚାଷ କଲେ ଚାଷୀ ଉପକୃତ ହେବେ, ଉନ୍ନତ ବିହନ କ୍ରୟ,ସାର ର ବ୍ୟବହାର,ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନ ହିତକର ଯୋଜନାରେ ଚାଷୀ ଙ୍କୁ କିଭଳି ସହାୟତା ପ୍ରଦାନ ବ୍ୟବସ୍ଥା ଅଛି ଜାଣିବା ପାଇଁ ଚାଷୀ ପ୍ରତିଦିନ କୃଷି କାର୍ଯ୍ୟାଳୟ କୁ ଆସିଥାନ୍ତି। ତେବେ ଡାବୁଗାଁ କୃଷି କାର୍ଯ୍ୟାଳୟ ରେ ଶୁକ୍ରବାର କାର୍ଯ୍ୟ ଦିବସ ଥିଲେ ସୁଦ୍ଧା ଦିନ ୧୨ ଘଣ୍ଟ ପର୍ଯ୍ୟନ୍ତ ଅଫିସ ରେ ତାଲା ଖୋଲା ଯାଇ ନ ଥିଲା ।
ଏପରିକି ଜଣେ ପିଅନ କୁ ଛାଡି କାର୍ଯ୍ୟାଳୟରେ କୌଣସି କର୍ମଚାରୀ ଙ୍କ ଦେଖା ମିଳି ନ ଥିଲା। ଏ ନେଇ ଡାବୁଗାଁ ବ୍ଲକ କୃଷି ଅଧିକାରୀ ସୁଦେଶ୍ନା ଧଳ ଙ୍କୁ ଯୋଗାଯୋଗ କରିବାରୁ ଦୁଇ ଦିନ ପାଇଁ ସେ ଛୁଟିରେ ରହିଥିବା ପ୍ରକାଶ କରିଥିଲେ। ଏଥି ନିମନ୍ତେ ଅନ୍ୟ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଦାୟିତ୍ବ ଦିଆ ଯାଇଥିବା କହିଥିଲେ। ସେପଟେ ଡାବୁଗାଁ ବ୍ଲକ ର କିଛି ଚାଷୀ କୃଷି ସହାୟତା ପାଇଁ ସକାଳେ କାର୍ଯ୍ୟାଳୟ ଆସି କେହି ନ ଥିବାରୁ ନିରାଶ ହୋଇଥିଲେ। କୋଇଲାରି ଗ୍ରାମ ପଞ୍ଚାୟତ ର ଜଣେ ବୃଦ୍ଧ ଚାଷୀ ଧନିରାମ ଭତରା ଆଜି ସକାଳ ୧୦ ଘଣ୍ଟ ଠାରୁ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ସହାୟତା ପାଇଁ ଅପେକ୍ଷା କରିଥିଲେ ସୁଦ୍ଧା କାର୍ଯ୍ୟାଳୟରେ କୌଣସି କର୍ମଚାରୀଙ୍କ ଦେଖା ନ ଥିବାରୁ ବୃଦ୍ଧ ଚାଷୀ ନିରାଶ ହୋଇଥିଲେ।ବ୍ଲକ କୃଷି ଅଧିକାରୀ ଡାବୁଗାଁ ସଦର ରେ ରହୁ ନ ଥିବା ବେଳେ କାର୍ଯ୍ୟ ଦିବସ ମାନଙ୍କରେ ସଠିକ୍ ସମୟ ରେ କାର୍ଯ୍ୟାଳୟ ଆସୁ ନ ଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। କୃଷି ଅଧିକାରୀ ନିୟମିତ ଠିକ୍ ସମୟରେ ଉପସ୍ଥିତ ନ ଥିବାରୁ କାର୍ଯ୍ୟାଳୟ ପରିସର ମଦ୍ୟପ ଙ୍କ ଆଡ୍ଡା ସ୍ଥଳ ପାଲଟିଛି। ଅପରିଷ୍କାର ପରିବେଶ ରେ କୃଷି କାର୍ଯ୍ୟାଳୟ ରହିଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବୀ ହୋଇଛି।
ରାଜ୍ୟ
ଏମିତି ଚାଲିଛି ଡାବୁଗାଁ କୃଷି କାର୍ଯ୍ୟାଳୟ, ପିଅନ ଜଗିଛି ଅଫିସ, ଦିନ ୧୨ ଘଣ୍ଟ ପର୍ଯ୍ୟନ୍ତ ଅଫିସ ରେ ତାଲା, ଚାଷୀ ନିରାଶ
- Hits: 10