ଡାବୁଗାଁ ରେ ମହା ଆଡ଼ମ୍ବରରେ ବାହୁଡା଼ ଯାତ୍ରା ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୦୭/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ରେ ମହା ଆଡ଼ମ୍ବରରେ ପବିତ୍ର ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୧ ଘଣ୍ଟ ସମୟରେ ନୂଆଗୁଡା ସ୍ଥିତ ଗୁଣ୍ଡିଚା ମନ୍ଦିର ରେ ଜଗନ୍ନାଥ ମନ୍ଦିର ପୂଜକ ନବୀନ ପାଢୀଙ୍କ ଦ୍ଵାରା ମହାପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରା ଙ୍କ ନୀତିକାନ୍ତି ପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଉପ ସଭାପତି ଜି ଭେଙ୍କେଟେଶ୍ୱର ରାଓ ଙ୍କ ଦ୍ଵାରା ଛେରା ପହଁରା କରାଯାଇଥିଲା। ଅପରାହ୍ନ ୪ ଘଣ୍ଟ ସମୟରେ ହଜାର ହଜାର ଭକ୍ତ ଙ୍କ ଗହଣରେ ରଥଟଣା ଯାଇଥିଲା। ଶଙ୍ଖ ହୁଳହୁଳି , ଜୟ ଜଗନ୍ନାଥ ଧ୍ବନି ,କୀର୍ତ୍ତନ ଦଳ ତଥା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ଙ୍କ ଗହଣରେ ରଥଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ ହୋଇଥିଲା। ରଥ ମାଉସୀ ମା ମନ୍ଦିର ରୁ ବାହାରି କଳସ ମଣ୍ଡପ, ପାତ୍ର ସାହି,ଗୌଡ଼ ସାହି,ଦେଇ ଜଗନ୍ନାଥ ମନ୍ଦିର ନିକଟରେ ସନ୍ଧ୍ୟା ସାଢେ଼ ୬ ଘଣ୍ଟ ସମୟରେ ପହଞ୍ଚି ଥିଲା। ଡ଼ାବୁଗାଁ ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର ଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ର ଯୁବକ ମାନେ ଏଥିରେ ସହଯୋଗ କରିଥିଲେ। ଡାହୁକ ରଘୁନାଥ ପାତ୍ର ( କୁନୁ) ,ଦଇତା ପତି ସନ୍ନତ ନାୟକ,ନୀଳକଣ୍ଠ ମହାପାତ୍ର, ଗୋପାଳ ପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା,ପ୍ରଦୀପ ସାହୁ, ସେବାୟତ ଗୋବିନ୍ଦ ପଣ୍ଡା,ଭଗବାନ ଖୁଣ୍ଟିଆ ପ୍ରମୁଖ ପରିଚାଳନା କରିଥିବା ବେଳେ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ଭଗବାନ ମହାନ୍ତି,କୋଷାଧ୍ୟକ୍ଷ ଜି ସାଇ ରାଜୁ,ଏମ ଆପ୍ପା ରାଓ, ମଳୟ ବିଶୋଇ, ସୁରେନ୍ଦ୍ର ମିଶ୍ର,ପ୍ରକାଶ ପଣ୍ଡା, ଗୁପ୍ତ ବିଶୋଇ, ସୂର୍ଯ୍ୟ ସୁବୁଦ୍ଧି, ସପନ ଦେ,ଲକ୍ଷ୍ମୀକାନ୍ତ ରଥ, ଵାବି ଜେନା,ରାଜେନ୍ଦ୍ର ମିଶ୍ର,ଫୁଲ ସିଂ,ସଞ୍ଜୟ ଶତପଥୀ, ଏ ଶିବ ପ୍ରସାଦ ରାଓ (ବୁଡା), ଆରଆଇ ଚୈତନ୍ୟ ବେହେରା,ଗଙ୍ଗାଧର ମହାଙ୍କୁଡ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟୁତ୍ ବିଭାଗ,ଅଗ୍ନିଶମ କର୍ମଚାରୀ ଓ ସ୍ବାସ୍ଥ୍ୟ ବିଭାଗ ତରଫରୁ ସେବା ପ୍ରଦାନ କରାଯାଇଥିଲା।

0
0
0
s2sdefault