ହେଡଲାଇନସ୍:

ଅଘୋଷିତ ବିଦ୍ୟୁତ୍ କାଟ୍ କୁ ବିରୋଧ କରି ବିଭାଗୀୟ ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ଚାଲିଛି ବିଦ୍ୟୁତ୍ ବିଭାଗର ମନମାନି I କୌଣସି ପୂର୍ବ ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ହେଉଛି ବିଦ୍ୟୁତ୍ କାଟ୍ I ଯାହାର କୁପ୍ରଭାବ ଜନସାଧାରଙ୍କ ସମେତ ସେମାନଙ୍କର ଦୈନନ୍ଦିନ ଜୀବନଯାପନ ପ୍ରଣାଳୀ ଉପରେ ପଡୁଛି I ଏନେଇ ବିଭାଗୀୟ କର୍ତ୍ତୁପକ୍ଷକୁ ବିଦ୍ୟୁତ୍ ଗ୍ରାହକ ମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ ଧରାଛୁଆଁ ଦେବା ତ ଦୂରର କଥା ଲୋକଙ୍କ ଫୋନ୍ ମଧ୍ୟ ଉଠାଉ ନାହାନ୍ତି I ଏଥିରେ ଉତ୍ତ୍ୟକ୍ତ ହୋଇ ଆଜି ବିଦ୍ୟୁତ୍ ବିଭାଗର ଏକ ଗାଡ଼ିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ସୂଚନା ପ୍ରକାରେ ଗତ ମଙ୍ଗଳବାର ଦିନ ବେଲଗୁଣ୍ଠା ବ୍ଳକ୍ ଘୁ. ନୁଆଁ ଗାଆଁ ନିକଟରେ ୩୩ କେଭି ଲାଇନ ବ୍ରେକ୍ ଡ଼ାଉନ୍ ହୋଇଥିଲା I ଅପରାହ୍ଣ ଚାରିଟା ପରେ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ସ୍ଵାଭାବିକ ହୋଇ ପୁଣି ଥରେ ବିଦ୍ୟୁତ୍ କାଟ ହୋଇ ବୁଧବାର ଦିନ ଏଗାରଟା ସମୟରେ ବିଦ୍ୟୁତ୍ ଆସିଥିଲା I କିନ୍ତୁ ଘଣ୍ଟାଏ ପରେ ପୁଣି ବିଦ୍ୟୁତ୍ କଟି ଯାଇଥିଲା I ପାଖାପାଖି ୨୪ ଘଣ୍ଟା ପର୍ଯ୍ଯନ୍ତ ବିଦ୍ୟୁତ୍ କାଟ ହୋଇଥିବା ବେଳେ ଏଥିରେ ସ୍ଥାନୀୟ ଲୋକେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ I ଆଜି ବିଦ୍ୟୁତ୍ ବିଭାଗର ଏକ ଗାଡ଼ିରେ କିଛି ବିଦ୍ୟୁତ୍ କର୍ମଚାରୀ ବ୍ରେକ୍ ଡ଼ାଉନ୍ ହୋଇଥିବା ୩୩ କେଭି ଲାଇନ ସଜାଡିବାକୁ ଯାଇଥିବା ବେଳେ ଘୁ .ନୂଆଁ ଗାଆଁ ଠାରେ ସ୍ଥାନୀୟ ଲୋକେ ଗାଡିକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ତେବେ ଘଟଣା ସ୍ଥଳକୁ କନିଷ୍ଠ ଯନ୍ତ୍ରୀ ଯାଇ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃ୍ତି ମିଳିବା ପରେ ଲୋକେ ଗାଡିକୁ ଛାଡିଥିଲେ ଏବଂ କର୍ମଚାରୀ ମାନେ ଲାଇନ୍ ମରାମତି କରିଥିଲେ I କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଖବର ଲେଖା ହେବା ସୁଦ୍ଧା ବିଦ୍ୟୁତ୍ ବିଭାଗର କନିଷ୍ଠା ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ ଲୋକଙ୍କ ନିକଟକୁ ଯାଇ ନାହାନ୍ତି I ତେବେ ଭବିଷ୍ୟତରେ ଯଦି ପୁଣି ବିଦ୍ୟୁତ୍ ବିଭ୍ରାଟ ହୁଏ ତେବେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି I

0
0
0
s2sdefault