ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ଅଫ ଓଡ଼ିଶାର ରାଜ୍ଯସ୍ତରୀୟ ଆଲୋଚନାଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, ୮/୬- ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ଅଫ୍ ‌‌‌ଓଡିଶା ପକ୍ଷରୁ ରବିବାର ପୂର୍ବାହ୍ନରେ ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସଭାଗୃହରେ ସଂଗଠନକୁ ସୁଦୃଢ କରିବା, ଘରୋଇ ସ୍ଲୁଲର ଦାବି ଗୁଡିକ ସରକାର ପୂରଣ କରିବା ଓ ରାଜ୍ଯସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ସମ୍ମିଳନୀକୁ ଶୁଭାରମ୍ଭ କରିଥିଲେ । ଏହି ସମ୍ମିଳନୀରେ ଆସୋସିଏସନ୍ ପୁରୀଜିଲ୍ଲା ସଭାପତି ତଥା ବିଶିଷ୍ଟ ଯୁବ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଲେ ଘରୋଇ ସ୍ଲୁଲ ଗୁଡିକ ବହୁ ଅଭାବ ଅସୁବିଧାରେ ପରିଚାଳିତ ହେଉଛି । ରାଜ୍ଯ ସରକାରଙ୍କ ନୂତନ ମାର୍ଗଦର୍ଶିକା ପୂରଣ କରିବା ପାଇଁ ଘରୋଇ ଶିକ୍ଷା ଅନୁଷ୍ଠାନକୁ ସମୟ ଲାଗିବ । ରାଜ୍ଯର ୩୦ ଟି ଜିଲ୍ଲାରରେ ଥିବା ଘରୋଇ ସ୍ଲୁଲ ଗୁଡିକ ଏକାଠି ରହି ଦାବି ଉପସ୍ଥାପନ କଲେ ରାଜ୍ଯ ସରକାର ତାହା ଶୁଣିବେ ବୋଲି ଶ୍ରୀମିଶ୍ର ମତବ୍ୟକ୍ତ କରିଥିଲେ। ସତ୍ୟନାରାୟଣ ମିଶ୍ର ଙ୍କ ଆଵାହକତ୍ଵରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସେ କହିଲେ ସଂଗଠନକୁ ୩୦ଟି ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ଼ କରାଯିବ । ସିଓଆର୍ ପ୍ରାପ୍ତ ବିଦ୍ୟାଳୟର ସରଳୀକରଣ ପଦ୍ଧତି ସମ୍ପର୍କରେ ଶ୍ରୀମିଶ୍ର ଆଲୋକପାତ କରିଥିଲେ । ଏଥିନିମନ୍ତେ ୩୦ ଟି ଜିଲ୍ଲାକୁ ନେଇ ଏକ ବରିଷ୍ଠ ନେତୃମଣ୍ଡଳୀ ଗଠିତ ହୋଇଥିଲା । ୩୦ଟି ଜିଲ୍ଲାକୁ ନେଇ ୬ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଜୋନ ଦାୟିତ୍ବରେ ଜଣେ ଉପସଭାପତି,ଜଣେ ଯୁଗ୍ମ ସମ୍ପାଦକ, ଜଣେ ସହ ସମ୍ପାଦକ ଓ ସେହି ଜିଲ୍ଲାର ଜଣେ ଜିଲ୍ଲା ଆବାହକ ଦାୟିତ୍ବରେ ରହିବା ପାଇଁ ସ୍ଥିର କରାଯାଇଥିଲା । ଜୋନ କମିଟି ଜିଲ୍ଲା କମିଟି ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ଆଗେଇ ନେବେ । ପ୍ରତି ବ୍ଲକର ବ୍ଲକ ସଂଯୋଜକ ଚୟନ କରାଯିବ । ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ରାଜ୍ଯ ମୁଖ୍ଯ ଉପଦେଷ୍ଟା ଭାବେ ଚୟନ କରାଯାଇଛି । ସେହିପରି ରାଜ୍ଯ ସଭାପତି ଭାବେ ସତ୍ଯ ନାରାୟଣ ମିଶ୍ର, ସମ୍ପାଦକ ଗଗନ ବିହାରୀ ନନ୍ଦ ଓ କୋଷାଧକ୍ଷ ଭାବେ ସୁଧାଂଶୁ ଶେଖର ସାମନ୍ତ ସିଂହାରୀଙ୍ ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତାଙ୍କୁ ସଭ୍ଯ ସଭ୍ଯା ମାନେ ସ୍ବାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆସୋସିଏସନର ନୂତନ ଲୋଗୋ ଉନ୍ମୋଚିତ ହୋଇଥିଲା । ରାଜ୍ଯ ସରକାର ଘରୋଇ ସ୍ଲୁଲ ପ୍ରତି ଅଧିକ ଚାପ ସୃଷ୍ଟିର ରାସ୍ତା ଧରିଲେ ରାଜ୍ଯସ୍ତରୀୟ ଆସୋସିଏସନ ଆନ୍ଦୋଳନର ରାସ୍ତା ଧରିବ ବୋଲି ସହମତି ପ୍ରକାଶ ପାଇଥିଲା । ଏହି ଆସୋସିଏସନକୁ ଆଗାମୀ ଦିନରେ ଅଧିକ ସୁଦୃଢ ଓ ଶକ୍ତିଶାଳୀ କରାଯିବ ବୋଲି ସମ୍ମିଳନୀରରେ ମତପ୍ରକାଶ ପାଇଥିଲା । ଏହି ସମ୍ମିଳନୀରେ ଅଧିକାଂଶ ଜିଲ୍ଲାରୁ ସଭ୍ଯ ସଭ୍ଯା ମାନେ ଯୋଗଦେଇ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault