ହେଡଲାଇନସ୍:

ପକ୍ଷାଘାତ ରୋଗୀଙ୍କ ଆତ୍ମହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଶ୍ରୀକରପୁର ଗ୍ରାମରେ ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଶ୍ରୀକରପୁର ଗ୍ରାମର ଅଶ୍ୱିନୀ ଗୌଡ଼ ଗତ ଦୁଇ ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ I ଫଳରେ ବହୁ ଆର୍ଥିକ ସମସ୍ୟା ଭିତରେ ଗତି କରିବା ସହିତ ମାନସିକ ଚାପ ମଧ୍ୟରେ ରହୁଥିଲେ I ଶନିବାର ସକାଳ ପ୍ରାୟ ନଅ ଘଣ୍ଟା ସମୟରେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଅଶ୍ୱିନୀ ଆତ୍ମହତ୍ୟା କରିଥିଲେ I ଏନେଇ ଅଶ୍ୱିନୀଙ୍କ ସାନ ଭାଇ ରବୀନ୍ଦ୍ର ଗୌଡ଼ ଗାଙ୍ଗପୁର ଥାନାରେ ଜଣାଇବା ପରେ ଗାଙ୍ଗପୁର ଥାନାରେ ୧୪/୨୫ ରେ ଏକ ମାମଲା ରୁଜୁ ହେବା ସହିତ ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ଏସ୍ ବେହେରା ଘଟଣାର ତଦନ୍ତ କରୁ୍ଥିବା ବେଲଗୁଣ୍ଠା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି I

0
0
0
s2sdefault