ହେଡଲାଇନସ୍:

ଓଁ ସାଇ ବିହାର ସୋସାଇଟି ଠାରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା ର ସହଯୋଗରେ ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ ଦୂର କରିବା ଲକ୍ଷ୍ୟ ନେଇ ଗାଡକଣ ସ୍ଥିତ ଓଁ ସାଇ ବିହାର ସୋସାଇଟି ଠାରେ, ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିଛି। ଏହା "ଜୟ ଓଡ଼ିଶା" ର " ରକ୍ତଦାନ " ଅଭିଯାନ ର କ୍ରମାଗତ ଭାବେ " ସପ୍ତମ " ରକ୍ତଦାନ ଶିବିର, ଯାହାର ଲକ୍ଷ୍ୟ ଏହି ବର୍ଷ ୧୦୦ ଗୋଟି ସଂସ୍ଥା ସହ ମିଶି " ରକ୍ତଦାନ ଶିବିର " ଆୟୋଜନ କରିବା । ଏହି ରକ୍ତଦାନ ଶିବିରରେ ଓଁ ସାଇ ବିହାରର ବାସିନ୍ଦା ମାନେ ଯୋଗଦାନ ଦେଇ ରକ୍ତଦାନ କରିଥିଲେ।

ଏହି ଅବସରରେ ଭୁବନେଶ୍ୱର ନଗର ନିଗମ ର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ତାଙ୍କ ସହିତ ସ୍ଥାନୀୟ କର୍ପୋରେଟର, ପୋଲିସ ଏ.ସି.ପି ଶ୍ରୀ ଲଲାଟେନ୍ଦୁ ମହାନ୍ତି ଓ "ଜୟ ଓଡ଼ିଶା" ର ପ୍ରତିଷ୍ଠାତା ଶ୍ରୀ ରୁଦ୍ର ନାରାୟଣ ସାମନ୍ତଉଜ୍ରାୟ ଏବଂ ଓମ୍ ସାଇ ବିହାର ସୋସାଇଟି ର ସଭାପତି ଶ୍ରୀ ସୁଶୀଲ ସିଂ, ସମ୍ପାଦକ ଶ୍ରୀ ଉମାକାନ୍ତ ଗୁରୁ ଉପସ୍ଥିତ ଥିଲେ।

ଏହି ଅବସରରେ ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି, "ଏହି ରକ୍ତଦାନ ଶିବିରର ସବୁଠୁ ବଡ଼ ଆକର୍ଷଣ ହେଉଛି ଗୃହିଣୀମାନଙ୍କ ଅଦ୍ଭୁତପୂର୍ବ ଭାଗୀଦାରୀ । ଏପର୍ଯ୍ୟନ୍ତ ଆମେ ଦେଖିଛୁ ଯେ, ଅଧିକାଂଶ ରକ୍ତଦାନ ଶିବିରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ କମ୍ ଥାଏ, କିନ୍ତୁ ଓଁ ସାଇ ବିହାରରେ ଗୃହିଣୀମାନେ ଉତ୍ସାହୀ ହୋଇଥିଲାବେଳେ ସ୍ୱଇଛାରେ ଯୋଗଦେଇ ରକ୍ତଦାନ କରିଥିଲେ । ସେମାନଙ୍କ ଏହି ପଦକ୍ଷେପ ସମାଜ ପାଇଁ ଏକ ଦୃଢ଼ ଓ ଶକ୍ତିଶାଳୀ ବାର୍ତ୍ତା। ମୁଁ ସେମାନଙ୍କ ଏହି ଉଦ୍ୟମ ପ୍ରତି ଗଭୀର ପ୍ରଶଂସା ଜଣାଉଛି।"

ଏହି ରକ୍ତଦାନ ଶିବିର କୁ ଓଁ ସାଇ ବିହାର ର ସଭାପତି, ଧୀରେନ୍ଦ୍ର କୁମାର ସ୍ବାଇଁ , ସମ୍ପାଦକ, ସରୋଜ କୁମାର ପ୍ରଧାନ, ବିଷ୍ଣୁ ପ୍ରସାଦ ସାହୁ, ସୂର୍ଯ୍ୟ ଦିପ୍ତ ରଣା, ସତ୍ୟ ରଞ୍ଜନ ସାହୁ, ଲକ୍ଷ୍ମୀଧର ସାହୁ ଆଦି ପରିଚାଳନା କରିଥିଲେ ।

0
0
0
s2sdefault