ହେଡଲାଇନସ୍:

ଅଣ୍ଡାମାଡ଼ ପୂର୍ବରୁ ଉଠାଇ ନେଲା ପୁଲିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଅଣ୍ଡାମାଡ଼ ଓ କଳାପତାକା ପଦର୍ଶନ ପାଇଁ ସବୁପ୍ରକାର ବ୍ୟବସ୍ଥା ହୋଇଥିଲା । ନୟାଗଡ଼ ପିଟିଏସ୍ ଛକରେ ଏଥିପାଇଁ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଶିବ ରଞ୍ଜନ ସାହୁ, ଛାତ୍ରନେତା ଦିଲ୍ଲୀପ ବିଶୋଇଙ୍କ ସମେତ ଅନେକ ସଜବାଜ ହୋଇ ରହିଥିଲେ । କୈାଣସି ସୁତ୍ରରୁ ଖବର ପାଇ ନୟାଗଡ଼ ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ପୁଲିସ ଟିମ୍ ସହାୟତାରେ ସେମାନଙ୍କୁ ଉଠାଇ ନେଇଥିଲେ । ଦୀର୍ଘସମୟ ଧରି ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସାହୁ ଏବଂ ଛାତ୍ରନେତା ଶ୍ରୀଯୁକ୍ତ ବିଶୋଇଙ୍କୁ ଅଟକ ରଖାଯିବା ପରେ ପୁଲିସ ଛାଡ଼ିଥିବା ସୂଚନା ମିଳିଛି ।

0
0
0
s2sdefault