୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ) ୨୦୨୫ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୮।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ଵାରା ଆୟୋଜିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍(ଓସିଏଲ) ୨୦୨୫ ରବିବାର ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନ ୩ ଗୋଟି ମ୍ୟାଚରେ ଯଥାକ୍ରମେ ସ୍ମାଇଲ ଇଲେଭେନ, ଇନଭିଜିବୁଲ ଇଲେଭନ ଏବଂ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ଦଳ ବିଜୟ ହାସଲ କରିଛନ୍ତି । ଉଦଘାଟନର ପ୍ରଥମ ମ୍ୟାଚ୍ ସ୍ମାଇଲ ଇଲେଭେନ ଟସଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟ ବିନିମୟରେ ୧୩୮ ରନ୍ ସଂଗ୍ରହ କରିଥିଲେ । ଫାଇଟର ଇଲେଭେନ ମୁକାବିଲା କରିବାକୁ ଯାଇ ୯.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୦୨ ରନରେ ସୀମିତ ରହିଥିଲେ । ବିଜୟୀ ଦଳର ନିତିଆ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଦ୍ବିତୀୟ ମ୍ୟାଚରେ ଇନଭିଜିବୁଲ ଇଲେଭନ ଟସଯିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିସରେ ଇଲେଭନ ପାନ୍ଥର୍ସ ନିର୍ଦ୍ଧାରିତ ୧୦ ଓଭରରେ ୯ ଉଇକେଟ ହରାଇ ୮୬ ରନ ସଂଗ୍ରହ କରିଥିବା ବେଳେ ଦ୍ବିତୀୟ ଇନିସରେ ଇନଭିଜିବୁଲ ଇଲେଭନ ବ୍ୟାଟିଂ କରି ୮.୩ ଓଭର ୩ ଓ୍ବିକେଟ ବିନିମୟରେ ୮୮ ରନକରି ୭ ଓ୍ବିକେଟରେ ମ୍ୟାଚ୍ ଯିତିଯାଇଥିଲା ।

ବିଜୟୀ ଦଳର ମୁନା ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲା । ସେହିପରି ତୃତୀୟ ମ୍ୟାଚ୍ ପ୍ରଥମ ଇନିସରେ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ଟସଯିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ୫ ଉଇକେଟ ବିନିମୟରେ ୧୬୦ ରନ୍ ସଂଗ୍ରହ କରିଥିଲା । ଦ୍ବିତୀୟ ଇନିସରେ ସ୍ପାଇଡର ଇଲେଭେନ ଏହାର ମୁକାବିଲା କରିବାକୁ ଯାଇ ନିର୍ଦ୍ଧାରିତ ୧୦ ଓଭରରେ ୮ ଉଇକେଟ ହରାଇ ୯୦ ରନରେ ସୀମିତ ରହି ପରାଜୟ ବରଣ କରିଥିଲା । ୭୦ ରନ୍ ବ୍ୟବଧାନରେ ଏକ୍ସଟ୍ରିମ୍ ବ୍ଳାଷ୍ଟରସ୍ ମ୍ୟାଚରେ ବିଜୟ ହାସଲ କରିଥିଲା । ମିଥୁନ, ରାଜେଶ, ଶୁଭଙ୍କର, ଆରିୟାନ, କିସନ, ଚନ୍ଦନ, ଶୁଭମ୍, ଅମିତ୍ ଓ ଗୋପାଳକୃଷ୍ଣ ଆଜିର ଖେଳକୁ ପରିଚାଳନା କରିଥିଲେ । ଚଳିତ ବର୍ଷ ଲିଗ୍ ମ୍ୟାଚ ୨୦୨୫ରେ ଓଡ଼ଗାଁରୁ ୩୨ ଗୋଟି ଦଳ ଭାଗନେଉଥିବା ବେଳେ ଆଜି ସମସ୍ତ ଦଳର ଦଳପତି ଏବଂ ଖେଳାଳି ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଉରକେଲା ସ୍ପୋଟର୍ସ ଆସୋସିଏସନ୍ ଉପସଭାପତି ଶିବ ଶରଣ ମିଶ୍ର, ଓଡ଼ଗାଁ ଆଦର୍ଶ ଥାନା ଏସ ଆଇ ଚକ୍ରଧର ସିଂ, ବରିଷ୍ଠ ସାମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ, ସାମ୍ବାଦିକ ସାରସ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଖେଳ ଆରମ୍ଭ ହେବା ପୂର୍ବରୁ ସମସ୍ତ ଖେଳାଳି ମାନେ ରଘୁନାଥ ଆଥଲେଟିକ ଆସୋସିଏସନର ସମ୍ପାଦକ ଦିବାକର ନାୟକଙ୍କ ନେତୃତ୍ବରେ ମୁଖ୍ୟ ଅତିଥି ଦେବାଶିଷ ପଟ୍ଟନାୟକଙ୍କ ସହିତ ରଘୁନାଥ ଜିଉଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ଓଡ଼ଗାଁ ମିନିଷ୍ଟାଡିୟମ ଠାରେ ପହଞ୍ଚିବା ପରେ ଖେଳ ଆରମ୍ଭ ହୋଇଥିଲା।

0
0
0
s2sdefault