ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଏକ ଚିତାକର୍ଷକ , ଆକର୍ଷଣୀୟ ସାଂସ୍କୃତିକ ପରିବେଶ ମଧ୍ୟରେ ସ୍ମାର୍ଟ ସ୍କୁଲ ପାରଳାଖେମୁଣ୍ଡିର ବାର୍ଷିକ ଉତ୍ସବ "ଦର୍ପଣ-୨୩ " ସ୍ଥାନୀୟ ଗୁଣ୍ଡିଚା ବାଡ଼ି ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି |
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାରଳା ପୋୖରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ମାନକ ମଧ୍ୟରେ ସିନେ ତାରକା ସୁଶ୍ରୀ ସୂର୍ଯ୍ୟମୟୀ ମହାପାତ୍ର , ପ୍ରିନ୍ସ ଡାନ୍ସ ଗୃପ ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀ ଟି. କ୍ରିଷ୍ଣା ମୋହନ ରେଡି, ପାର୍ଥନା ଏବଂ ସିଦ୍ଧାର୍ଥ ଟିଭି ଚାନେଲ ର ବିଚାରକ ତଥା ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ବିବେକାନନ୍ଦ ମହାନ୍ତି , ଓଡ଼ିଶା ସଂଗୀତ ଏକାଡେମୀ ପୁରପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀ ରଘୁନାଥ ପାତ୍ର ଏବଂ ଜିଲ୍ଲା ପରିଷଦ ର କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ଗୁଣନିଧି ନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସଂଗୀତା ସାହୁ ବିଦ୍ୟାଳୟ ର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ପରିଚାଳନା ସଭ୍ୟା ଶ୍ରୀମତୀ ସ୍ଵାଗତିକା ମିଶ୍ର ନିଜର ଅଭିଭାଷଣ ରେ ବର୍ତମାନ ର ଶିକ୍ଷା ପ୍ରଣାଳୀ ର ଆବଶ୍ୟକତା , ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଏବଂ ଅଭିଭାବକ ମାନଙ୍କର ଉତ୍ତରଦାୟିତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନିର୍ମଳା ସେଠୀ ପାରଳା ଅଞ୍ଚଳରେ ଏମିତି ଏକ ବିଦ୍ୟାଳୟର ଉପସ୍ଥିତିରେ ବହୁତ ଖୁସି ପ୍ରକାଶ କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ କୁ ବହୁତ ପ୍ରଶଂସା କରିଥିଲେ। ଶ୍ରୀ ଗୁଣନିଧି ନାୟକ ପିଲାମାନଙ୍କ ଶିକ୍ଷା ପ୍ରଣାଳୀ ରେ ଆଧୁନିକ ଶିକ୍ଷାଦାନ ଉପକରଣ ର ଉପଯୋଜିତା ଉପରେ ଆଲୋକପାତ କରିଥିଲେ। ସିନେ ତାରକା ସୁଶ୍ରୀ ସୂର୍ଯ୍ୟମୟୀ ଉପାନ୍ତ ଅଞ୍ଚଳରେ ଏହିପରି ଏକ ବିଦ୍ୟାଳୟ ତାଙ୍କୁ ଆଶର୍ଯ୍ୟାନ୍ବିତ କରିଥିବା ଜଣାଇଥିଲେ। ଗୁରୁ ଶ୍ରୀ ବିବେକ ମହାନ୍ତି ବିଦ୍ୟାଳୟର ଶୃଙ୍ଖଳା ଏବଂ ପରିଚାଳନା ସଦସ୍ୟ ମାନଙ୍କର ଆନ୍ତରିକତା କୁ ସାଧୁବାଦ ଜଣାଇଥିଲେ ଏବଂ ପାରଳାବାସୀଙ୍କ ଭଲପାଇବା ଆଗରେ ସେ ସବୁବେଳେ ନତମସ୍ତକ ବୋଲି କହିଛନ୍ତି। ଶ୍ରୀ କ୍ରିଷ୍ଣା ରେଡ୍ଡୀ କୁନି କୁନି ପିଲା ମାନଙ୍କର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚକୋଟୀର ଥିବା ଜଣାଇଥିଲେ। ଗୁରୁ ଶ୍ରୀ ରଘୁନାଥ ପାତ୍ର ନିଜକୁ ବିଦ୍ୟାଳୟର ଏକ ପରିବାର ସଦସ୍ୟ ଭାବରେ ଦର୍ଶାଇଥିଲେ ଏବଂ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ। ଉପସ୍ଥାପିକା ସୁଶ୍ରୀ ସବିତା ବିଷୋୟୀ ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପରେ ଉପସ୍ଥାପିତ କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀମତୀ ଲୀନା କର , ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ , ଶ୍ରୀ ହରି ସାହୁକାର ତଦାରଖ ଏବଂ ପରିଚାଳନା କରିଥିଲେ। ଶ୍ରୀ ଗ୍ରେସ୍ ସାମଲ ଏବଂ ଶ୍ରୀ ଶୁଭେନ୍ଦୁ ସେନାପତି ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ପରିଚାଳନା ସଭ୍ୟ ଶ୍ରୀ ମନୋଜ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ।