ହେଡଲାଇନସ୍:

ଗତିକୃଷ୍ଣ ଗ୍ରିନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସିଜିନ-୩ ସଫଳତାର ସହ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୨ଟି ଦଳଙ୍କ ଅଂଶଗ୍ରହଣ, “ଜିକେଜୀ ଫାଇଟର୍ସ ଏକାଦଶ”ଚାମ୍ପିଅନ୍

ଭୁବନେଶ୍ୱର/ବାଳକାଟି ତା-୨୫.୦୫.୨୦୨୬ :ଭୁବନେଶ୍ୱର ଉପକଣ୍ଠ ସ୍ଥାନୀୟ ରଙ୍ଗବଜାର, ଅଲାରପୁର ନିକଟସ୍ଥ ଗତିକୃଷ୍ଣ ଗ୍ରୀନ(ଜିକେଜୀ) କ୍ରୀଡା କମିଟି ଦ୍ୱାରା ଏକ ଦୁଇଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ “ଜିକେଜୀ ସିଜିନ୍-୩” ମଇ ୨୩ ଏବଂ ୨୪ ତାରିଖ ଦୁଇଦିନ ଧରି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ସମେତ ଭୁବନେଶ୍ୱର ତଥା ବିଭିନ୍ନ ଅଞ୍ଚଳର ୧୨ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୁବ ପ୍ରତିଭାମାନଙ୍କ ଅଂଶଗ୍ରହଣ, ସାମ୍ପ୍ରଦାୟିକ ସଦଭାବନା ଓ କ୍ରୀଡ଼ା ପ୍ରତି ଯୁବମାନଙ୍କ ଆଗ୍ରହକୁ ପ୍ରତିଫଳିତ କରି ଏକ କ୍ରୀଡ଼ା ଉତ୍ସବର ରୂପ ନେଇଥିଲା।ଏହି ଇଭେଣ୍ଟ ବିବେକ, ଲିପୁ ଏବଂ ‘ଜିକେଜୀ କ୍ରୀଡାକମିଟି’ର ଅନ୍ୟାନ୍ୟ ସଦସ୍ୟଙ୍କ ଉତ୍ସର୍ଗୀକୃତ ପ୍ରୟାସ ସମେତ ରୋହନ ରାଉତରାୟଙ୍କ ସହଯୋଗରେ ସଫଳତାର ସହିତ ଆୟୋଜିତ ହୋଇଥିଲା ।
ଏହି ଟୁର୍ଣ୍ଣାମେଣ୍ଟରେ ଅତିଥି ଭାବେ ରାଜ୍ୟ ମୁଖ୍ୟସଚିବଙ୍କ ଜନସମ୍ପର୍କ ଅଧିକାରୀ ଶ୍ରୀ ପଠାଣି ରାଉତ, ବଜରଙ୍ଗଦଳ, ଭୁବନେଶ୍ୱରର ସଭାପତି ଶ୍ରୀ ପ୍ରତ୍ୟୁଷ ରାଉତରାୟ ଏବଂ ଭାରତୀୟ ଜାତୀୟ କଂଗ୍ରେସର ଯୁବନେତା ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ଅଂଶଗ୍ରହଣକାରୀ ଦଳ ଏବଂ ଆୟୋଜକ ଅନୁଷ୍ଠାନର ଯୁବକମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା ପରିବେଶର ବିକାଶ ସହିତ ଏହା ମାଧ୍ୟମରେ ଏକତା ଓ ଗୋଷ୍ଠୀଗତ ସମ୍ପର୍କ ବୃଦ୍ଧି ପାଇଁ କରାଯାଉଥିବା ଉଲ୍କେଖନୀୟ ପ୍ରୟାସକୁ ପ୍ରଶଂସା କରିଥିଲେ।
ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ୍ ରୋମାଞ୍ଚକର ହେବା ସହ ଏହି ପ୍ରତିଯୋଗିତାମୂଳକ ଟୁର୍ଣ୍ଣାମେଣ୍ଟରେ, ଜିକେଜୀ ଫାଇଟର୍ସଏକାଦଶ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଥିଲେ ।ବିଜୟୀ ଦଳର ପ୍ରାୟୋଜକ ଶ୍ରୀ ରୋହନ ରାଉତରାୟଙ୍କ ସହିତ ଜିକେଜୀ ଫାଇଟର୍ସ ଏକାଦଶର ସମସ୍ତ ଖେଳାଳି ବିବେକ, ଲିପୁ, ପ୍ରତ୍ୟୁଷ, ବିକାଶ, ଚିଣ୍ଟୁ, ବିକ୍ରମ, ମୁନା, ଶିବୁରାମ, ରିତୁନ, ସୋନୁ, ଉଲ୍ଲାସ ଏବଂ ବିକାଶ ଭୋଇଙ୍କୁ ବିଶେଷ ଅଭିନନ୍ଦନ କରାଯାଇଥିଲା, ଯେଉଁମାନେ ସ୍ମରଣୀୟ ବିଜୟରେ ଅବଦାନ ରଖିଥିଲେ। ଟୁର୍ଣ୍ଣାମେଣ୍ଟରେ ମକଭିସ୍ ବ୍ଲାଷ୍ଟର୍ସ, ଭୁବନେଶ୍ୱର ଦଳ ରନର୍ସ ଅପ(ଉପ ବିଜେତା) ହୋଇଥିଲେ ।
ବିଜେତା ଦଳଙ୍କୁ ପୁରସ୍କାରଓ ଟ୍ରଫି ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ ପାଇଁ ଆୟୋଜକଙ୍କୁ ପ୍ରଶଂସା ସହିତ ଜିକେଜୀ କ୍ରୀଡ଼ା କମିଟିର କର୍ମକର୍ତ୍ତାମାନଙ୍କୁ ସ୍ଥାନୀୟ କ୍ରିକେଟପ୍ରେମୀ ଜନସାଧାରଣ ଏବଂଜିକେଜୀ ସୋସାଇଟିର ବାସିନ୍ଦାମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।ଏହିକାର୍ଯ୍ୟକ୍ରମ ସଫଳତାର ସହଆୟୋଜନ, ସ୍ଥାନୀୟ ଯୁବସମାଜକୁ ଆହୁରି ଉତ୍ସାହିତ କରିଛିଏବଂ ଅଞ୍ଚଳର କ୍ରୀଡାସଂସ୍କୃତିକୁ ମଜବୁତ କରିଛି।

0
0
0
s2sdefault