ନବରଙ୍ଗପୁର: 25/05/2026,ଅଶୋକ ସାହୁ,: ଓଡ଼ିଶା ଫୁଟବଲ୍ ସଂଘ ଆନୁକୁଲ୍ୟରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଉ ଥିବା ଜନାଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଏକ କୋଡ଼ିଏ ଜଣିଆ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା ହୋଇଛି। ସେମାନେ ହେଲେ ସତିଶ ହିଆଲ, ଚନ୍ଦନ କଚିମ୍, ବଜେନ୍ଦ୍ର ମହୁକା, ଅନିକେତ ମନ୍ଦାର, ଅଭିଜିତ୍ ହରିଜନ, ସେମସଙ୍ଗ ବାଘ୍, ନିକିଶ ହରିଜନ , ହରିଶ ଚନ୍ଦ୍ର ବାଘ, ଆର୍ବାଜ୍ ଖାନ୍, ଆର୍ୟନ ହିରନ୍, ଗୋପାଳ ହରିଜନ, ଲିଙ୍କନ ରାଉତରାୟ, ଅଜିତ୍ ସିଂ ଗଣ୍ଡ, ନସବିନ ପର୍ଜା, ମହୋନ ସାନ୍ତା, ଅର୍ଜ୍ଜୁନ ପରଜା , ରାଜୀବ ସାନ୍ତା, ରିତେଶ ବାୱାଲି, ନାସିର ଡଙ୍ଗରି, ସାମ ସନ୍ ହନ୍ତାଳ, ଆମର ପାଙ୍ଗି, ସଲମାନ୍ ନାଗ, ଅନିସ୍ କୁମାର ସୁନା ପ୍ରମୁଖ ସୁଯୋଗ ପାଇଛନ୍ତି। ଉକ୍ତ ଦଳ ଚୟନ ନିମନ୍ତେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଦୂର୍ଯ୍ୟ ହରିଜନ, ଫିରୋଜ ହିଆଲ ଏବଂ ଲାଲୁ ହରିଜନ ଙ୍କୁ ଦାଇତ୍ୱ ଦିଆ ଯାଇଥିଲା। ସୂଚନା ଯୋଗ୍ୟ ଯେ ଉକ୍ତ ଚୟନ ନିମନ୍ତେ ଏକ ଦିନିଆ ଚୟନ କାର୍ଯ୍ୟକ୍ରମ ରଖାଯାଇଥିଲା ଏବଂ ଏଥି ପୂର୍ବରୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥି ମଧ୍ୟରୁ ଜିଲ୍ଲାରୁ ମୋଟ ୪୦ ଜଣ ଖେଳାଳି ଚୟନ ହୋଇଥିଲେ। ସେମାନେ ସମସ୍ତ ଙ୍କୁ ନେଇ ୪ ଟି ଦଳରେ ଭାଗ କରି ଖେଳା ଯାଇଥିଲା ଏବଂ ତନ୍ମମଧ୍ୟରୁ ଅନ୍ତିମ ୨୨ ଜଣ ଖେଳାଳି ଚୟନ କରାଯାଇଛି। କ୍ରୀଡାବିତ୍ ସପନ ବୈରାଗୀ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଦଳ ର ସଫଳତା ନିମନ୍ତେ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ.ବାଲା କୃଷ୍ଣ ରାଓ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଇଣ୍ଡୋର ସମ୍ପାଦକ କୃଷ୍ଣ ପଟ୍ଟନାୟକ, ହକି ସମ୍ପାଦକ ଦୁର୍ଗା ମଲିକ୍, ମହିଳା ସମ୍ପାଦିକା ଇଁ. ଚନ୍ଦନା ମଲ୍ଲିକ, କ୍ରିକେଟ୍ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ଅନ୍ୟ ସମସ୍ତ ସଦସ୍ୟ ଶୁଭେଛା ଜଣାଇଛନ୍ତି।
ରାଜ୍ୟ
ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ଦଳ ଘୋଷିତ
- Hits: 16







