ହେଡଲାଇନସ୍:

ଭଞ୍ଜନଗର ଉପଖଣ୍ଡରେ “ସ୍ୱତନ୍ତ୍ର ସଘନ ସଂଶୋଧନ”ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ଭଞ୍ଜନଗର ଉପଖଣ୍ଡରେ ସମସ୍ତ ବୁଥ୍ ଲେଭେଲ ଅଫିସର୍ (BLO) ଏବଂ BLO supervisor ଙ୍କ ପାଇଁ “ସ୍ୱତନ୍ତ୍ର ସଘନ ସଂଶୋଧନ” (Special Intensive Revision – SIR) ବିଷୟରେ ଏକ ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ଆଜି ୨୫ ତାରିଖ ସୋମବାର ୨୦୨୬ ଦିନ ଭଞ୍ଜନଗର ବ୍ଲକ୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ୍ୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ERO ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ ରେ ମୋଟ ୧୦୭ ଜଣ BLO ଏବଂ ୬ ଜଣ BLO supervisor ଯୋଗଦେଇ ବିଭିନ୍ନ ପ୍ରକ୍ରିୟା ସମ୍ବନ୍ଧରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ତାଲିମ ରେ SIR ପ୍ରକ୍ରିୟାର ଲକ୍ଷ୍ୟ, ଘରୋଇ ସଂଶୋଧନ(house‑to‑house verification), ଫର୍ମ ଫିଲପ୍, ଅଯୋଗ୍ୟ ମତଦାତା ଙ୍କ ନାମ ଅପସାରଣ, ନୂତନ ମତଦାତାଙ୍କ ସଂଯୋଜନ, ସମୟସୀମା ଏବଂ ବିଚାର‑ବିମର୍ଶ ପ୍ରକ୍ରିୟା ସମ୍ବନ୍ଧରେ ବିଶଦ ବ୍ୟାଖ୍ୟା କରାଯାଇଥିଲା। BLO ଏବଂ BLO supervisor ମଧ୍ୟ ପ୍ରଶିକ୍ଷଣ ପରେ ପ୍ରଶ୍ନୋତ୍ତର ଏବଂ ପ୍ର୍ୟାକ୍ଟିକାଲ୍ ମାଧ୍ୟମରେ ତାଲିମର ସ୍ପଷ୍ଟତା ପ୍ରାପ୍ତ କରିଥିଲେ।
ଉପଜିଲ୍ଲାପାଳ ଶ୍ରୀ ବେହେରା ଦର୍ଶାଇଥିଲେ ଯେ, “ସ୍ୱତନ୍ତ୍ର ସଘନ ସଂଶୋଧନ” ଯୋଜନା ଅନ୍ତର୍ଗତ ମତଦାତା ସୂଚୀ ଉପରେ ଆଧାରିତ ଭାବରେ ଘରୋଇ ସଂଶୋଧନ ସମୟରେ ସମସ୍ତ BLO ନିଷ୍ଠାପୂର୍ବକ କାର୍ଯ୍ୟକରି ମତଦାତା ଙ୍କ ମଧ୍ୟରେ ଆସ୍ଥା ଓ ପାରଦର୍ଶିତା ସୃଷ୍ଟି କରିବା ଆବଶ୍ୟକ। ଏହା ମାଧ୍ୟମରେ ମତଦାନ ପ୍ରକ୍ରିୟାକୁ ଆହୁରି ନିର୍ଭୁଲ ଏବଂ ସଫଳ କରିବାରେ ସହାୟକ ହେବ। ପ୍ରଖର ଗ୍ରୀଷ୍ମପ୍ରବାହକୁ ଦୁଷ୍ଟି ରେ ରଖି ଉପଯୁକ୍ତ ପରିମାଣର ପାନୀୟ ଜଳ, ଓଆରଏସ ଏବଂ ସାଙ୍ଗରେ ଛତା ରଖିବା ସହ, ସକାଳ ୬ଘଣ୍ଟ ରୁ ଦିନ ୧୧ଘଣ୍ଟ ଏବଂ ଅପରାହ୍ନ ୪ଘଣ୍ଟ ରୁ ସନ୍ଧ୍ୟା ୭ଘଣ୍ଟ ମଧ୍ୟରେ SIR ଉଦ୍ଦିଷ୍ଟ କାର୍ଯ୍ୟ ଗୁଡିକୁ ସମ୍ପାଦନ କରିବା ପାଇଁ ମଧ୍ୟ ଉପଦେଶ ଦିଆଯାଇଛି। ଏଥି ସହ ବୁଥକୁ ଆସୁଥିବା ସମସ୍ତ ମତଦାତା ଙ୍କ ର ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବା ଅତ୍ୟନ୍ତ ଜରୁରୀ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ଉପଦେଶ ଦେଇଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଶ୍ରୀ ଅବିନାଶ କୁମାର ମାହର , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ,ABDO ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।
SIR ତାଲିମ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଭଞ୍ଜନଗର ଉପଖଣ୍ଡର ଆସ୍କା ବ୍ଲକ ଓ ବେଲଗୁଣ୍ଠ। ବ୍ଲକରେ ମଧ୍ୟ ଆୟୋଜନ ହୋଇଯାଇଅଛି। ଆସ୍କା ବ୍ଲକ “ସ୍ୱତନ୍ତ୍ର ସଘନ ସଂଶୋଧନ” ତାଲିମ କାର୍ଯ୍ୟକ୍ରମ AERO ତଥା ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ୭୮ ଜଣ BLO , BLO supervisor କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠ। ବ୍ଲକ “ସ୍ୱତନ୍ତ୍ର ସଘନ ସଂଶୋଧନ” ତାଲିମ କାର୍ଯ୍ୟକ୍ରମ ରେ AERO ତଥା ତହସିଲଦାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ୭୨ ଜଣ ଜଣ BLO ଓ BLO supervisor କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

0
0
0
s2sdefault