ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଙ୍ଗଳବାର ଦିନ ଗଜପତି ଜିଲ୍ଲାରେ ଜିଲ୍ଲା ନୋଡାଲ ସଚିବ-ତଥା-ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି , ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବନିର୍ମିତ ଖୋଲା ଜିମ୍ ପାର୍କର ଅନାବରଣ କରିବା ସହ ବିଦ୍ୟାଳୟ ର ପାରିପାର୍ଶ୍ବିକ ସ୍ବଚ୍ଛତା , ବିଶେଷ କରି ଛାତ୍ର ଓ ଛାତ୍ରୀ ନିବାସର ସୁପରିଚାଳନା କିପରି ଚାଲିଛି ତାହା ଅନୁଧ୍ୟାନ କରିବା ପରେ ଅନ୍ତେବାସୀଙ୍କୁ ରାଜ୍ୟ ସରକାର ଦ୍ବାରା ଯୋଗାଇ ଦିଆଯାଉଥିବା ବିଭିନ୍ନ ସ୍ବାସ୍ଥ୍ୟ ସେବାର ନିରିକ୍ଷଣ କରିଥିଲେ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶ କୁମାର ସାହୁକାର ଙ୍କ ଦ୍ଵାରା ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଗ୍ରସ୍ତ ସମୟରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିଦ୍ର ହୋନୋନଗା , ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲୋମନ୍ ରାଇକା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଶାନ୍ତନୁ ପାଢ଼ୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ବାରିକ , ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।।
ରାଜ୍ୟ
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କ ରାୟଗଡ଼ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗସ୍ତ
- Hits: 47








