ହେଡଲାଇନସ୍:

ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୮.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନରେ ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ସଡକ ସୁରକ୍ଷା ର ପ୍ରତିକାର ବିଷୟରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଆଲୋଚନାଚକ୍ର ଆୟୋଜନ ହୋଇ ଥିଲା | ଏହି ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ସଭାରେ ଆଲୋଚିତ ବିଷୟ ଅନୁଯାୟୀ ସମସ୍ତ ବିଭାଗ ଦୁର୍ଘଟଣା ହ୍ରାସ ନିମନ୍ତେ ସଠିକ୍ ପଦକ୍ଷେପ ନେବା ସହ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସଭା କାର୍ଯ୍ୟ ପରିଚାଳନା କରି ଦୁର୍ଘଟଣା କୁ ହ୍ରାସ କରିବାକୁ ଗଠନମୂଳକ ଭାବରେ ମନ୍ତବ୍ୟ ଉତ୍ଥାପନ କରିବା, ଜାତୀୟ ରାଜପଥ ୫୫ ରାସ୍ତା ମରାମତି କୁ ତ୍ବରାନ୍ବିତ କରିବା, ଦୁର୍ଘଟଣା ସ୍ଥାନ ରାସ୍ତା ରେ ଉପଯୁକ୍ତ ସଙ୍କେତ ଲଗାଇବା, ଗ୍ରାମିଣ ରାସ୍ତା ରୁ ମୁଖ୍ୟ ରାସ୍ତା ସଂଯୋଗ ସ୍ଥଳେ ହମ୍ପ୍ସ ସ୍ଥାପନ କରିବା, ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ପ୍ରବର୍ତ୍ତନ ବାଧ୍ୟତାମୂଳକ ଯାଞ୍ଚ କଡ଼ାକଡ଼ି କରିବାକୁ କହିଥିଲେ । ସଂପ୍ରତି ଜିଲ୍ଲା ସଡ଼କ ସୁରକ୍ଷା ସମିତି ର ସମସ୍ତ ସଭ୍ୟ ଉପସ୍ଥିତ ରହି ଗଠନ ମୂଳକ ମତାମତ ଦେଇଥିଲେ । ୮ ଜଣ ଗୁଡ ସମାରିଟାନ ଙ୍କୁ ମାନପତ୍ର ସହ ୨୦୦୦ ଟଙ୍କାର ଅର୍ଥରାଶି ସରକାରଙ୍କ ତରଫରୁ ପ୍ରଦାନ କରାଯାଇଥିଲା । ସେହି ଗୁଡ ସମାରିଟାନ ମାନେ ହେଲେ:- ବିନୟ ବସନ୍ତ ରାୟ, ଦୀପକ କୁମାର ବରାଳ, ଆନନ୍ଦ ନାୟକ, ଏସ କେ ଇମିତିଆଜ, ଏସ କେ ରିଆଜ ଉଦ୍ଦିନ, ସତ୍ୟବ୍ରତ ଷଡ଼ଙ୍ଗୀ, ସୁରଜିତ ନାୟକ, ସୌମ୍ୟ ରଞ୍ଜନ ପାତ୍ର । ଏହି ଅବସରରେ ଡି ଏସ ପି, ଜଗତସିଂହପୁର ଶ୍ରୀ ରାଜୀବ ବେହେରା, ପାରାଦ୍ୱୀପ ପୌରନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା , ପୂର୍ତ୍ତ,ଗ୍ରାମ୍ୟ ଉନ୍ନୟନ,ଏନ୍ ଏଚ ୫୫ ଓ ଏନ ଏଚ୍ ଏ ଆଇ ବିଭାଗର ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ନାଗରିକ ସମାଜର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ ।

0
0
0
s2sdefault