ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଗଜପତି ୧୭ ବର୍ଷରୁ କମ୍ ଦଳ ରାଜ୍ଯ ବିଦ୍ୟାଳୟ ସ୍ତରୀୟ କ୍ରିକେଟରେ ଚମ୍ପିୟାନ ହୋଇଥିଲେ।ବର୍ତ୍ତମାନ ଜାତୀୟ ସ୍ତରରେ ଗଜପତିର ୪ ଜଣ ଖେଳାଳି ମନୋନୀତ ହୋଇଛନ୍ତି।
ସେମାନେ ହେଲେ କୋଟଲା ମାଧବ , ସନ୍ତୋଷ କୁମାର ଲେଂକାପାସ୍ପୁରେଡି କାର୍ତ୍ତିକ ଏବଂ ଇସରାଲା ଭାର୍ଗବ ରାଓ।ସେମାନେ ଯାଜପୁର ଠାରେ ଓଡିଶା ଦଳ ସହ କୋଚିଂ ରେ ୧୯ ତାରିଖରେ ଯୋଗଦାନ କରିବେ। ସେଠାରୁ ସେମାନେ ଓଡିଶା ଦଳସହ ତେଲେଙ୍ଗାନାର ଜାଚେର୍ଲା ଠାରେ ଏପ୍ରିଲ ୨୬ ରୁ ମେ ୧ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ କୋଚିଂରେ ଯୋଗଦେବେ।ସେମାନଙ୍କର ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ଶୁଭେଚ୍ଛା ଜଣାଇଛନ୍ତି।
ରାଜ୍ୟ
୧୭ ବର୍ଷରୁ କମ୍ ଜାତୀୟ ସ୍ତର କ୍ରିକେଟରେ ଗଜପତିରୁ ୪ ଜଣ ଛାତ୍ର ସ୍ଥାନ ପାଇଲେ
- Hits: 18








