ହେଡଲାଇନସ୍:

ସିନିଅର ଟେନିସ କୋଚ ଅଶୋକ ଦେଓ ଚିଫ୍ କୋଚ ଭାବେ ପଦୋନ୍ନତି ପାଇଲେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୧୩/୪- ଭାରତ ସରକାରଙ୍କ ଅଧିନସ୍ଥ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ସିନିଅର ଲନ୍‌ ଟେନିସ କୋଚ ଶ୍ରୀ ଅଶୋକ ଦେଓଙ୍କୁ ଚିଫ୍ କୋଚ୍ ଭାବେ ପଦୋନ୍ନତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ କି କେନ୍ଦୁଝର ସହର ଆଟୋପରରେ ଜନ୍ମିତ ଶ୍ରୀ ଦେଓ ସ୍ଥାନୀୟ ଡି ଏନ ହାଇସ୍କୁଲ ତଥା ଧରଣୀଧର କଲେଜରୁ ପାଠ ପଢି ୧୯୮୯-୯୦ ବ୍ୟାଚରେ ପାତିଆଲା, ପଞ୍ଜାବ ଠାରେ ଏନ.ଆଇ.ଏସ. କୋର୍ସ କରି କୋଚ ହୋଇଥିଲେ ଏବଂ ୧୯୯୪ରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆରେ କୋଚ ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରୁ ଜଣେ ଭଲ କ୍ରୀଡ଼ାବିତ ଥିବା ଶ୍ରୀ ଦେଓ ଦେଶର ବିଭିନ୍ନ ସ୍ଥାନରେ ଟେନିସ କୋଚ ଭାବେ କାର୍ଯ୍ୟ କରି ଅନେକ ସଫଳ କ୍ରୀଡ଼ାବିତ ତିଆରି କରିଛନ୍ତି। ସେଥିରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟେନିସ ଖେଳାଳି ରହିଛନ୍ତି। ବର୍ତ୍ତମାନ ସେ କୋଲକାତାର ପୂର୍ବ କେନ୍ଦ୍ରରେ ଅବସ୍ଥାପିତ ହୋଇଛନ୍ତି। ତାଙ୍କର ଏହି ପଦୋନ୍ନତି ଲାଗି ଅନେକ କ୍ରୀଡ଼ାବିତ, କ୍ରୀଡ଼ା ସଂଗଠନ ତଥା ଅଧିକାରୀ ଖୁସି ପ୍ରକଟ କରି ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି, କେନ୍ଦୁଝର ସହରରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଶ୍ରୀ ଦେଓ କେନ୍ଦୁଝର ଜିଲ୍ଲାର ବରପୁତ୍ର ବରିଷ୍ଠ କ୍ରୀଡ଼ାବିତ ତଥା କ୍ରୀଡ଼ା ସଂଗଠକ ସାମ୍ବାଦିକ ସ୍ବର୍ଗତ ଦୁଃଶାସନ ଦେଓ ଓ ଶ୍ରୀମତୀ ରମାମଣି ଦେଓଙ୍କ ସୁପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତାର ଶ୍ରେୟ ସେ ନିଜ ପତ୍ନୀ ଶ୍ରୀମତୀ ଅପର୍ଣ୍ଣା ଦେଓ ଓ ପୁତ୍ର ଅମନ ଦେଓଙ୍କୁ ଦେଇଛନ୍ତି। କେନ୍ଦୁଝର କ୍ରୀଡ଼ା ସଂସ୍ଥା ସଂପାଦକ ଶ୍ରୀ ସଂଗ୍ରାମ ପଟ୍ଟନାୟକ ଓ କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ଶ୍ରୀ ଦିଲୀପ କୁମାର ସାହୁ ଭାରତର ଚିଫ ଟେନିସ କୋଚ କେନ୍ଦୁଝର ପିଲା ଶ୍ରୀ ଅଶୋକ ଦେଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

0
0
0
s2sdefault