ହେଡଲାଇନସ୍:

ନବରଙ୍ଗପୁର ଠାରେ "ନାରୀ ଶକ୍ତି ବନ୍ଦନ ସମ୍ମିଲନୀ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର, ୧୩.୪.୨୦୨୬: ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେତା ସମ୍ମିଳନୀ ସଭାଗୃହରେ “ନାରୀ ଶକ୍ତି ବନ୍ଦନ ସମ୍ମେଳନ” ଅବସରରେ ବିଜ୍ଞାନ ଭବନ ଦିଲ୍ଲୀ ରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଲାଇଭ୍ ଷ୍ଟ୍ରିମିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ଭତରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମନ ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷ ଶର୍ମିଷ୍ଠା ଦେଓ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଏ ଡି ପି ଏଚ ଓ ଡ ମଳୟ ତ୍ରିପାଠୀ, ଡି ଆଇ ପି ଆର୍ ଓ ମନୋଜ ବେହେରା ,ଏ ଡି ଇ ଓ ସୁପ୍ରିୟା ନାୟକ,ସମାଜ କଲ୍ୟାଣ ବିଭାଗର କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ଓ ବହୁ ସଂଖ୍ୟକ ମହିଳା ଅଂଶଗ୍ରହଣ କରିଥିଲେ।
ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି “ନାରୀ ଶକ୍ତି ବନ୍ଦନ ସମ୍ମେଳନ” ନୂଆଦିଲ୍ଲୀର ବିଜ୍ଞାନ ଭବନରୁ ସକାଳ ୧୧ଟାରୁ ଲାଇଭ୍ ପ୍ରସାରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ବୋଧନ କରି ନାରୀ ସଶକ୍ତିକରଣ ଓ ଦେଶ ଗଠନରେ ମହିଳାଙ୍କ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ।

0
0
0
s2sdefault