ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୬ ଅବସରରେ ସଚେତନତା ପଦ ଯାତ୍ରା ସହ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ତୃତୀୟ ଲିଙ୍ଗୀ ଦୃଶ୍ୟମାନତା ଦିବସ-୨୦୨୬ ସ୍ଥାନୀୟ ସମ୍ମିଳନୀ କକ୍ଷ-୦୪ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ପାରଳାଖେମୁଣ୍ଡି , ଠାରେ ଆୟୋଜନ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଫାଲଗୁନି ମାଝୀ , ଅତିରିକ୍ତ ଜିଲ୍ଲାପାଳ , ଗଜପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶ୍ରୀ ଅନୁପ ପଣ୍ଡା , ଉପ-ଜିଲ୍ଲାପାଳ , ପାରଳାଖେମୁଣ୍ଡି , ଶ୍ରୀ କିଶାନ ବେହେରା , ଅତିରିକ୍ତ ତହସିଲଦାର , ପାରଳାଖେମୁଣ୍ଡି , ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ଜିଲ୍ଲା ସଂଯୋଜିକା ତଥା ପରାମର୍ଶଦାତା , ଓ. ଏଲ୍. ଏମ୍ , ଗଜପତି, ଶ୍ରୀମତୀ ପି.ସୁନିତା , ପରିଚାଳିକା , SWSS TI ସ୍ଵେଛାସେବୀ ସଂଗଠନ , ଜସ୍ମିନ ଶେଖ ମଞ୍ଚାସୀନ ହୋଇଥିଲେ।
ଶ୍ରୀମତୀ ଉତ୍ସର୍ଗୀତା ବଡରଇତ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଗଜପତି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯକ୍ରମରେ ତୃତୀୟ ଲିଙ୍ଗୀଙ୍କ ନିମନ୍ତେ ବିଭିନ୍ନ ସରକାରୀ ଯୋଜନା ଓ ଅଧିନୀୟମର ଆଲୋଚନା ଚକ୍ର ହୋଇଥିଲା। ଏହି କାର୍ଯକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ତୃତୀୟ ଲିଙ୍ଗୀ ବ୍ୟକ୍ତିବିଶେଷ , ଜିଲ୍ଲା ଓ ବ୍ଲକର ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀବୃନ୍ଦ , ସ୍ଵେଛାସେବୀ ସଂଗଠନର କର୍ମକର୍ତା ଯୋଗ ଦେଇଥିଲେ।
ଶେଷରେ ଶ୍ରୀ ଏଲ୍ . ସନ୍ତୋଷ କୁମାର , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ।

0
0
0
s2sdefault