ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୧/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଗତ ୯ ଦିନ ଧରି ଚାଲି ଆସୁଥିବା ମା ଠାକୁରାଣୀଙ୍କ ଘଟଯାତ୍ରା ସମ୍ପନ୍ନ ହୋଇଛି। ଡାବୁଗାଁ କଳସ ମଣ୍ଡପ ଠାରେ ଗତ ୨୩ ତାରିଖରୁ ପୂଜା ପାଇ ଆସୁଥିବା ମା ଠାକୁରାଣୀ ଙ୍କୁ ଭକ୍ତ ଓ ଶ୍ରଦ୍ଧାଳୁ ବାଜା ମର୍ଦ୍ଦଳ,ଆତସବାଜି ଓ ନୃତ୍ୟ ର ତାଳେ ତାଳେ ନଗର ପରିକ୍ରମା କରି ବିଦାୟ ଦେଇଥିଲେ। ମା ଠାକୁରାଣୀ ଙ୍କୁ ନିଜ ଆସ୍ଥାନ କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀ ମନ୍ଦିର ରେ ପହଞ୍ଚାଇ ଥିଲେ । ଶହ ଶହ ସଂଖ୍ୟାରେ ମାନସିକ ଧାରୀ ମହିଳା ମୁଣ୍ଡରେ କଳସ ଧରି ମା ଠାକୁରାଣୀ ଙ୍କୁ ବିଦାୟ ଦେଇଥିଲେ। ଶ୍ରଦ୍ଧାଳୁ ଭକ୍ତ ମାନେ ମା ଙ୍କୁ ମେଲାଣି ଦେବାକୁ ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରି ରହିଥିଲେ। ସୂଚନା ଥାଉ କି ମା ଠାକୁରାଣୀ ଗତ ୨୩ ତାରିଖରୁ ୯ ଦିନ ଧରି ଡାବୁଗାଁ ର କଳସ ମଣ୍ଡପ ଠାରେ ଆସ୍ଥାନ କରି ପୂଜାର୍ଚ୍ଚନା ପାଉଥିଲେ। ୯ ଦିନ ଧରି ସଦର ଡାବୁଗାଁ ଓ ଡଙ୍ଗରିଗୁଡ଼ା ପଞ୍ଚାୟତ ର ପ୍ରତ୍ୟେକ ସାହି କୁ ଯାଇ ଭକ୍ତ ଙ୍କୁ ଦର୍ଶନ ଦେବା ସହ ପୂଜା ପାଉଥିଲେ। ପୂଜା କମିଟି ତରଫରୁ ମେଡିକାଲ ଛକ ରୁ କଳସ ମଣ୍ଡପ ପର୍ଯ୍ୟନ୍ତ ତୋରଣ ଲଗାଯିବା ସହ ସୁସଜ୍ଜିତ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ଏହି ଅବସରରେ ୯ ଦିନ ବ୍ୟାପୀ ଲୋକଙ୍କ ମନୋରଞ୍ଜନ ପାଇଁ ଆଦିବାସୀ ନାଟକ,ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଭକ୍ତ ଙ୍କ ନିମନ୍ତେ ପେଟ୍ରୋଲ ପମ୍ପ ଓ ତାରିଣୀ ମନ୍ଦିର ଛକ ରେ ଯୁବକ ମାନଙ୍କ ତରଫରୁ ପଣା ବଣ୍ଟନ କରାଯାଇଥିଲା। ମା ଠାକୁରାଣୀ ଙ୍କ ଘଟଯାତ୍ର କୁ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା ପାଇଁ ଯାତ୍ରା କମିଟି ସଭାପତି ସତ୍ୟ ରଞ୍ଜନ ପାତ୍ର,ଉପ ସଭାପତି ପାପନା ରେଲି,ସମ୍ପାଦକ ଡାବୁଗାଁ ସରପଞ୍ଚ ବିନୋଦ ସୌରା,ସହ ସମ୍ପାଦକ ରଘୁନାଥ ପାତ୍ର (କୁନୁ ) ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲି ପରିଚାଳନା କରିଥିବା ବେଳେ ଆଜି ମା ଠାକୁରାଣୀଙ୍କ ବିଦାୟ ସମୟରେ ଡାବୁଗାଁ ବିଧାୟକ ମନହୋର ରନ୍ଧାରି,ଏମ ଆପ୍ପା ରାଓ,ଜି ସାଇ ରାଜୁ, ମଳୟ ବିଶୋଇ,କୈଳାଶ ବିଶୋଇ,ସୁରେନ୍ଦ୍ର ମିଶ୍ର, ଜି ପ୍ରକାଶ ରାଓ,ଏମ ବୁଲୁ ରାଓ, ଆର ପ୍ରକାଶ ରାଓ,ଶିବ ପ୍ରସାଦ ମିଶ୍ର, ସ୍ଥାନୀୟ ନେତୃବର୍ଗ ଓ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
ରାଜ୍ୟ
ଭକ୍ତ ଙ୍କ ଗହଣରେ ମେଲାଣି ନେଲେ ମା ଠାକୁରାଣୀ
- Hits: 5








