ଓଡ଼ଗାଁ,୩୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ପଞ୍ଚାୟତ ପନ୍ତିଖାରୀ ଶାସନ ଗ୍ରାମର ମଳୟ ହୋତା ସହକାରୀ କୃଷି ଅଧିକାରୀ ପରୀକ୍ଷାରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।ମଳୟ ଜଣେ ମେଧାବୀ ଛାତ୍ର ଥିଲେ।ଓଡ଼ଗାଁ ରଘୁନାଥ ବିଦ୍ୟାପୀଠରୁ ମାଟ୍ରିକ ପାସ କରି+୨ ବିଜ୍ଞାନ ପରୀକ୍ଷାରେ ସମ୍ମାନ ଜନକ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଦ୍ବାରା ପରିଚାଳିତ ପ୍ରବେଶିକା ପରୀକ୍ଷାରେ ସଫଳତା ଅର୍ଜନ କରିଥିଲେ।ଗତ ଫେବୃଆରୀ ୧୯ ତାରିଖରେ ଅନୁଷ୍ଠିତ ସହକାରୀ କୃଷି ଅଧିକାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ରାଜ୍ୟରେ ୩ୟ ସ୍ଥାନ ଅଧିକାର କରିଛନ୍ତି।ସେ ଶିକ୍ଷକ ଦିଲ୍ଲୀପ କୁମାର ହୋତା ଏବଂ ଶିକ୍ଷୟିତ୍ରୀ ରଞ୍ଜୁଲତା ଦାଶଙ୍କ ପୁତ୍ର ଏବଂ ପଣ୍ଡିତ ଖଗେଶ୍ୱର ହୋତାଙ୍କ ପୌତ୍ର ଅଟନ୍ତି।
ରାଜ୍ୟ
ସହକାରୀ କୃଷି ଅଧିକାରୀ ପରୀକ୍ଷା: ରାଜ୍ୟରେ ତୃତୀୟ ସ୍ଥାନରେ ଓଡ଼ଗାଁର ମଳୟ ହୋତା
- Hits: 5








